www.samajalive.in
Monday, December 8, 2025
14.1 C
Bhubaneswar

ତାତିରେ ସିଝୁଛି ଟିଟିଲାଗଡ, ଶୁଖିଲା ପଡିଛି କୂଅ ପୁଷ୍କରିଣୀ

ଟିଟିଲାଗଡ଼ : ଟିଟିଲାଗଡ ଅଂଚଳ କ୍ରମାଗତ ଭାବରେ ପ୍ରଚଣ୍ଡ ତାତିରେ ସିଝି ଜନଜୀବନକୁ ଘାଇଲା କରିଛି। ଚଳିତ ବର୍ଷ ମେ ମାସରୁ ପାରଦ ୪୦ ଡିଗ୍ରୀରୁ ଉପରମୁହାଁ ହୋଇ ମାଟି ଆଁ କରିଛି। କୂଅପୋଖରୀ ଶୁଷ୍କ ହୋଇ ପାନୀୟ ଜଳ, ସ୍ନାନଶୌଚ ତଥା ଗୋସମ୍ପଦଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସକାଳୁ ସନ୍ଧ୍ୟା ଯାଏଁ ବାର ଲାଇଟ ପରି ସୂର୍ଯ୍ୟ ରଶ୍ମି ସାଙ୍ଗକୁ ତତଲା ଝାଞ୍ଜି ପବନ ଦେହକୁ ଅସହ୍ୟ କରିଛି। ଘରର କାନ୍ଥ ସହିତ ତାତି ଉଠୁଛି। ଯାହା ଟିକିଏ ରହିଲା ତାକୁ ନିରନ୍ତର ବିଦ୍ୟୁତ କାଟ ସମସ୍ୟାକୁ ସମ୍ପୁର୍ଣ୍ଣ ଭାବରେ ଅସ୍ତବ୍ୟସ୍ତ କରିପକାଇଛି। ଆଜି ସକାଳୁ ସାମାନ୍ୟ ମେଘୁଆ ପାଗ ହୋଇଥିବା ବେଳେ ସନ୍ଧ୍ୟାରେ ପୁଣି ମେଘ ଦେଖାଦେଇଥିଲା। ହେଲେ ତାପମାତ୍ରା ୪୦ରୁ ଖସିବାର ନାଁ ନେଉନାହିଁ। କ୍ରମାଗତ ଭାବରେ ୨୦ରେ ତାପାମାତ୍ରା ୪୦ ଡିଗ୍ରୀରୁ ଆରମ୍ଭ ହୋଇ ୨୧ରେ ୪୧.୫, ୨୨ରେ ୪୫.୨, ୨୩ରେ ୪୫.୫, ୨୪ରେ ୪୫.୮ ତଥା ୨୫ରେ ୪୫.୫, ୨୬ରେ  ୪୪ ତଥା ଆଜି ୪୩ ଡିଗ୍ରୀ ରେକର୍ଡ ହୋଇଛି। କେବେ ତାପାମାତ୍ରା ଖସିବ ସେନେଇ ଅଂଚଳରେ କୋକୁଆଭୟ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଋତୁରେ ଟିଟିଲାଗଡ ଅଂଚଳରେ ମାର୍ଚ୍ଚରୁ ଜୁନ ମଧ୍ୟଭାଗ ପର୍ଯ୍ୟନ୍ତ ତାପାମାତ୍ରା ବୃଦ୍ଧିଜନିତ ପ୍ରାକୃତିକ ବିପର୍ଯ୍ୟୟ  ଭଳି ପରିସ୍ଥିତି ଉପୁଜୁଛି। ଏନେଇ କୂଅ ପୋଖରୀ ଶୁଷ୍କ ହୋଇପଡିବା ସହ ପାନୀୟ ଜଳ ଠାରୁ ଆରମ୍ଭ କରି ବିଦ୍ୟୁତ  ସରାବରାହ ବ୍ୟାହତ ନେଇ ଜନଜୀବନ ନିର୍ଯ୍ୟାତିତ ହୋଇଚାଲିଛି। ଏକ୍ଷେତ୍ରରେ ବିଭିନ୍ନ ଏଭଳି ପ୍ରାକୃତିକ ବିପଦକୁ ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଯୋଜନା କାର୍ଯ୍ୟକାରୀ କରିବାରେ ଆନ୍ତରିକତା ପ୍ରକାଶ ପାଉନଥିବା ବୁଦ୍ଧିଜୀବୀ ମହଲକୁ ବ୍ୟଥିତ କରିଛି। ଏନେଇ ବିଶେଷ କରି ଅଂଚଳର ଜଙ୍ଗଲ ସମ୍ପଦ ସୁରକ୍ଷା, ବ୍ୟାପକ ବନିକରଣ, ଜଳସେଚନ ବ୍ୟବସ୍ଥା ସହ ସମସ୍ତ ଚାଷ ଜମିରେ ଦୁଇପୁରିଆ ଫସଲ ଉତ୍ପାଦନ ନେଇ ବ୍ୟବସ୍ଥା, ପୋଖରୀ, ବନ୍ଧକଟା ଗୁଡିକର ଉନ୍ନତିକରଣ ଆଦି ନେଇ ଦୀର୍ଘ ସୂତ୍ରୀ କାର୍ଯ୍ୟକ୍ରମର ଆବଶ୍ୟକତା ରହିଥିବା ସ୍ଥାନୀୟ ବିଭିନ୍ନ ସଂଗଠନ ତଥା ବୁଦ୍ଧିଜୀବୀ ମହଲରେ ଦାବି ହୋଇଆସିଛି। ଏନେଇ ସରକାରୀ ସ୍ତରରେ ନିରନ୍ତର ଭାବରେ ଉଦାସୀନତା ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories