୯୦ ପାକ୍ ହିନ୍ଦୁଙ୍କୁ ଭାରତୀୟ ନାଗରିକତ୍ୱ
ଅହମଦାବାଦ (ପିଟିଆଇ): ଦେଶାଟନ ପୂର୍ବକ ଦୀର୍ଘ ବର୍ଷ ହେଲା ଭାରତରେ ରହିଆସୁଥିବା ୯୦ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି। ଶୁକ୍ରବାର ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅହମଦାବାଦ ଜିଲା ପ୍ରଶାସନ ଏହି ହିନ୍ଦୁମାନଙ୍କୁ ଭାରତୀୟ ନାଗରିକତ୍ୱର ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ୧୯୯୫ ନାଗରିକତ୍ୱ ଆଇନ ଅନୁଯାୟୀ ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଇଛି। ୨୦୧୬ ପରଠାରୁ ଅହମଦାବାଦ ଜିଲା ପ୍ରଶାସନ ୩୨୦ଜଣଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିସାରିଲେଣି। ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନର ହିନ୍ଦୁ।