ରାଜ୍ୟ ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ୯୯ କରୋନା ରୋଗୀ, ଆରୋଗ୍ୟଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି
ଭୁବନେଶ୍ବର : ରାଜ୍ୟ ପାଇଁ ଖୁସି ଖବର। ସୋମବାର ରାଜ୍ୟରେ ଆଉ ୯୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହା ସହ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି ହୋଇଛି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ ବାଲେଶ୍ବର-୩୪, ଗଞ୍ଜାମ- ୧୫, ଯାଜପୁର- ୧୩ , କେନ୍ଦ୍ରାପଡା- ୧୩, ପୁରୀ -୧୦ , ଭଦ୍ରକ-୯, ନୟାଗଡ଼- ୩, ସୁନ୍ଦରଗଡ଼ ଓ ଦେବଗଡ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
Another 99 #Covid19 patients have recovered and are being discharged.
34 are from Balasore
15 from Ganjam
13 each from Jajpur & Kendrapara
10 from Puri
9 from Bhadrak
3 from Nayagarh and
1 each from Sundargarh & Debgarh.The total recovered cases of #Odisha now stand at 649.
— H & FW Dept Odisha (@HFWOdisha) May 25, 2020
ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ସୁଦ୍ଧା ୧୪୩୮ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୭୮୨ଜଣ ଚିକତ୍ସାଧିନ , ୬୪୯ ସୁସ୍ଥ ଓ ୭ ଜଣଙ୍କର ମୃତ୍ୟୁ ଘଟିଛି ।
Comments are closed.