www.samajalive.in
Monday, December 8, 2025
16.1 C
Bhubaneswar

ସମସ୍ତ ଶିକ୍ଷାନୁଷ୍ଠାନର ଚାରିମାସ ଫି-ଛାଡ କରିବାକୁ ଛାତ୍ର କଂଗ୍ରେସର ଦାବି

ଭୁବନେଶ୍ବର : କରୋନା ମହାମାରୀ ଦ୍ଵାରା ଶିକ୍ଷା ବ୍ୟବସ୍ଥା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସମେତ ସାରା ଦେଶରେ ଆର୍ଥିକ ମାନ୍ଦା ଅବସ୍ଥା ଦେଖା ଦେଇଅଛି । ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ମାର୍ଚ୍ଚରୁ ଜୁନ୍ (ଚାରିମାସ) ଫି-ଛାଡ କରିବା ସହ ଫି ଦାଖଲ ଅବଧିକୁ ଅନ୍ୟୁନ ଛଅମାସ ବୃଦ୍ଧି କରିବା ପାଇଁ ଛାତ୍ର କଂଗ୍ରେସର ରାଜ୍ୟ ସମନ୍ବୟ କମିଟି ସଦସ୍ୟ ନିରଞ୍ଜନ ଦାସ ଦାବି କରିଛନ୍ତି ।

ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ (ଭାରତ ସରକାର) ଓ ମୁଖ୍ୟମନ୍ତ୍ରୀ (ଓଡ଼ିଶା ସରକାର), ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଦାବିପତ୍ର ଦିଆଯାଇଛି । ଓଡ଼ିଶା ଏକ ଗରିବ ରାଜ୍ୟ ହୋଇଥିବାରୁ ଏଠାରେ ଅଧିକାଂଶ ଅଭିଭାବକ ଉଠାଦୋକାନୀ, ଦିନ ମଜୁରିଆ, କ୍ଷୁଦ୍ର ବ୍ୟବସାୟୀ ଭାବେ କାମ କରିଥାନ୍ତି । ଲକ୍-ଡାଉନ୍ କଟକଣାରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ଫି ଦାଖଲ କରିବାରେ ସେମାନେ ଅସମର୍ଥ । ଏହି ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ଯଦି ସାତଦିନ ଭିତରେ କୌଣସି ପଦକ୍ଷେପ ନ ନିଅନ୍ତି, ଏହି ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ଛାତ୍ର କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବ ବୋଲି ଛାତ୍ର କଂଗ୍ରେସ ଜଣାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories