www.samajalive.in
Tuesday, December 9, 2025
26.1 C
Bhubaneswar

କାୟା ବିସ୍ତାର କରି ଚାଲିଛି କରୋନା: ଭାରତରେ ୧ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୩୧୬୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ମଙ୍ଗଳବାର ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମଣ ବେଗ କମ୍‌ ଥିଲେ ହେଁ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଅନ୍ୟ ପାଶ୍ଚାତ୍ୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ନିକଟତର ହେବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଦେଶରେ ୧ ଲକ୍ଷ ୧ ହଜାର ୧୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୩୧୬୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୪୯୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୪ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ସୁଦ୍ଧା ୩୯ ହଜାର ୧୭୪ ଜଣ ସୁସ୍ଥ ହୋଇଥିବାବେଳେ ୫୮ ହଜାର ୮୦୨ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୩୫ ହଜାର ୫୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୪୯ ଜଣ ପ୍ରାଣ ହରାଇଛନ୍ତି। ଏହି ସଂଖ୍ୟା ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସର୍ବାଧିକ। ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା କେବଳ ଏହି ଗୋଟିଏ ରାଜ୍ୟରେ ରହିଛନ୍ତି। ସେହିପରି ତାମିଲନାଡୁରେ ୧୧ ହଜାର ୭୬୦ ଆକ୍ରାନ୍ତ ଚିହ୍ନଟ ହୋଇତିବାବେଳେ ୮୨ ଜଣଙ୍କ ମୃତ୍ୟୁ ହୋଇଛି, ଗୁଜରାଟଶରେ ୧୧ ହଜାର ୭୪୬ ସଂକ୍ରମିତ ଓ ୬୯୪ ମୃତ, ଦିଲ୍ଲୀରେ ୧୦ ହଜାର ୫୪ ଆକ୍ରାନ୍ତ ଓ ୧୬୦ ମୃତ, ରାଜସ୍ଥାନରେ ୫୫୦୭ ଆକ୍ରାନ୍ତ ଓ ୧୩୮ ମୃତ, ମଧ୍ୟପ୍ରଦେଶରେ ୫୨୩୬ ସଂକ୍ରମିତ ଓ ୨୫୨ ମୃତ,  ଉତ୍ତରପ୍ରଦେଶରେ ୪୬୦୫ ଆକ୍ରାନ୍ତ ଓ ୧୧୮ ମୃତ, ପଶ୍ଚିମବଙ୍ଗରେ ୨୮୨୫ ଆକ୍ରାନ୍ତ ଓ ୨୪୪ ମୃତ,  ଆନ୍ଧ୍ରପ୍ରଦେଶରେ ୨୪୩୨ ସଂକ୍ରମିତ ଓ ୫୦ ମୃତ, ପଞ୍ଜାବରେ ୧୯୮୦ ସଂକ୍ରମିତ ଏବଂ ୩୭ ଜଣ ପ୍ରାଣ ହରାଇଛନ୍ତି। ସେହିପରି ତେଲେଙ୍ଗାନାରେ ୧୫୯୨ ସଂକ୍ରମିତ ଓ ୩୪ ମୃତ, ବିହାରରେ ୧୪୨୩ ଆକ୍ରାନ୍ତ ଓ ୯ ମୃତ, ଜାମ୍ମୁ-କାଶ୍ମୀରରେ ୧୨୮୯ ଆକ୍ରାନ୍ତ ଓ ୧୫ ମୃତ, କର୍ଣ୍ଣାଟକରେ ୧୨୪୬ ସଂକ୍ରମିତ ହୋଇଥିବାବେଳେ ୩୭ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories