www.samajalive.in
Sunday, December 7, 2025
23.1 C
Bhubaneswar

ଧୈର୍ଯ୍ୟ ଓ ସାହାସର ସହ ‘ଅମ୍ପନ’ର ମୁକାବିଲା କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ପ୍ରଧାନମନ୍ତ୍ରୀ ଖୋଦ୍‍ ବାତ୍ୟାର ସମୀକ୍ଷା ବୈଠକ କରିଛନ୍ତି
• ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି
• ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ ପକ୍କା ଘରକୁ ସ୍ଥାନାନ୍ତର ହେବାକୁ ପରାମର୍ଶ
• ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତେ ବିପଦରୁ ରକ୍ଷା ପାଇପାରିବେ ବୋଲି ଆଶା

ନୂଆଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ଅମ୍ପନକୁ ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିବା ପାଇଁ ଓଡିଶାବାସୀଙ୍କୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି ।
ଫେସବୁକରେ ଏକ ଭିଡିଓ ବାର୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ଅମ୍ପନ ଦାନା ବାନ୍ଧିବା ଆରମ୍ଭ କରିଛି। ଏହି ସମ୍ଭାବ୍ୟ ବାତ୍ୟା ଓଡିଶା ସମେତ ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ପ୍ରଭାବିତ କରିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି।
ପ୍ରଧାନମନ୍ତ୍ରୀ ଖୋଦ୍‍ ବାତ୍ୟାର ସମୀକ୍ଷା ବୈଠକ କରିଛନ୍ତି । ଓଡିଶାରେ କରୋନା ମୁକାବିଲାରେ ସମସ୍ତେ ଲାଗିଛନ୍ତି । ଏହା ଉପରେ ଏହି ବାତ୍ୟାର ବୋଝ ସମସ୍ତଙ୍କ ଉପରେ ଲଦି ହୋଇଛି । ତେବେ ଏହାକୁ ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିହେବ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡିଶାର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡା ଓ ଉପକୂଳ ଓଡିଶାର ୮ଟି ଜିଲ୍ଲା ଯଥା ମୟୂରଭଞ୍ଜ, ଯାଜପୁର , କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ନୟାଗଡ ଜିଲ୍ଲା ପ୍ରଭାବିତ ହେବାର ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲାର ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଓଡିଶାବାସୀ ବିଶେଷ ଭାବରେ ସମୁଦ୍ର ଅଂଚଳରେ ଚାଳ ଘରେ ରହୁଥିବା ଲୋକମାନେ ପକ୍କା ଘରକୁ ସ୍ଥାନାନ୍ତର ହେବାକୁ ସେ ପରାମର୍ଶ ଦେଇଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସାରା ମାନବଜାତି ପ୍ରତି ଅଛି । ଭାରତବର୍ଷର ଏହି ବିପଦ ଘଡିରେ ଓଡିଶା, ପଶ୍ଚିମବଙ୍ଗ, ବାଂଲାଦେଶରେ ଲୋକଙ୍କର କ୍ଷତି ନହେଉ। ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତେ ଏହି ବିପଦରୁ ରକ୍ଷା ପାଇପାରିବା ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories