www.samajalive.in
Monday, December 15, 2025
27.1 C
Bhubaneswar

ସମ୍ବଲପୁରରୁ ଜଣେ ପଜିଟିଭ୍ ଚିହ୍ନଟ, ରାଜ୍ୟର ୨୨ ଜିଲ୍ଲାକୁ ଛୁଇଁଲା କରୋନା

ସମ୍ବଲପୁର: ରାଜ୍ୟରେ କାୟା ବିସ୍ତାର କରିଚାଲିଛି ମହମାରୀ କରୋନ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ରବିବାର ରାଜ୍ୟରେ ଆଉ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୯୧ ସଂକ୍ରମିତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୨୮ ଜଣ, ବାଲେଶ୍ବର ଜିଲ୍ଲାରୁ ୧୭ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ ଜଣ, କଟକ ଜିଲ୍ଲାରୁ ୧୨ ଜଣ, ପୁରୀ ଜିଲ୍ଲାରୁ ୭ ଜଣ, କେନ୍ଦୁଝର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ବଲାଙ୍ଗିର ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ରହିଛନ୍ତି ।

ରାଜ୍ୟରେ ପୁର୍ବରୁ ୨୧ ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ​‌ବେଳେ ଆଜି ସମ୍ବଲପୁର ଏହି ତାଲିକାରେ ଯୋଡି ଦେଇଛି । ରାଜ୍ୟରେ ପ୍ରଥମ କରୋନା ପଜିଟିଭ ଚିହ୍ନଟର ଦୁଇ ମାସ ପରେ ସମ୍ବଲପୁର ରେ ପାଦ ଥାପିଛି ମହାମାରୀ କରୋନା । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସବଡିଭିଜନ ଅନ୍ତର୍ଗତ ଲୁହାପଙ୍କ କ୍ରେରେଣ୍ଟାଇନ ସେଣ୍ଟରରୁ ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ ଥିବା ଜଣାପଡିଛି। ରେଢ଼ାଖୋଲ ସବଡିଭିଜନ ଅନ୍ତର୍ଗତ ତ୍ରିବଣପୁର ପଂଚାୟତର ଖଣ୍ଡାମ ଗ୍ରାମର ବୋଲି ସୂଚନା ମିଳିଛି । ଯୁବକ ଜଣକ ନିକଟରେ ଅହମଦାବାଦରୁ ଫେରିଥିବା ଟ୍ରାଭେଲ ହିଷ୍ଟ୍ରି ରୁ ଜଣାପଡିଛି । ଅହମଦାବାଦରୁ ନିକଟରେ ବସ ଭଡା କରି ପାଖାପାଖି ୨୦ ଜଣ ଆସିବା ପରେ ସମସ୍ତଙ୍କୁ କ୍ରେରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ନମୁନା ପରୀକ୍ଷଣ ପରେ ଏମାନଙ୍କ ମଧ୍ୟରୁ ଜଣେ ପଜିଟିଭ ଥିବା ଜଣାପଡିଛି । ସମ୍ବଲପୁର ଏହତ ତାଲିକାରେ ଯୋଡି ହେବାପରେ ରାଜ୍ୟରେ ୨୨ ଟି ଜିଲାକୁ କରୋନା ଛୁଇଁଛି ।

- Advertisement -

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨୭ ଥିବା ବେଳେ, ଏଯାବତ୍ ୫ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ୧୯୬ଜଣ ଆକ୍ରାନ୍ତ  ସୁସ୍ଥ ହୋଇଛନ୍ତି।

 

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories