www.samajalive.in
Sunday, December 14, 2025
26.1 C
Bhubaneswar

କୋଭିଡ ରୋଗୀଙ୍କ ଯତ୍ନ ନେବ ‘ରେଲ ବୋଟ’

ସମାଜ ପୋର୍ଟାଲ ଡେସ୍କ: କୋଭିଡ-୧୯ ମହାମାରୀଙ୍କୁ ଦୃଷ୍ଟିରେ ରଖି ରେଳ ଡାକ୍ତରଖାନାରେ ରୋଗୀଙ୍କ ଯତ୍ନ ନେବା ପାଇଁ ଦକ୍ଷିଣ କେନ୍ଦ୍ରୀୟ ରେଳ ମଣ୍ଡଳ ଏକ ରୋବୋଟିକ୍ ଉପକରଣ ‘ରେଲ ବୋଟ’ (R-BOT) ବିକଶିତ କରିଛି। ହାଇଦ୍ରାବାଦ ଡିଭିଜନର ଅତିରିକ୍ତ ଡିଭିଜନାଲ ରେଳ ମ୍ୟାନେଜର ହେମ ସିଂ ବାନୋଥଙ୍କ ଦ୍ୱାରା ବିକଶିତ ଏହି ରୋବୋଟିକ୍ ଉପକରଣ ‘ରେଲ ବୋଟ’ ପାଇଁ ଜୋନ୍ ମୁଖ୍ୟ ଗଜାନନ ମାଲ୍ୟା ଓ ଜେନେରାଲ୍ ମ୍ୟାନେଜର ତାଙ୍କୁ ପ୍ରଶଂସା କରିଛନ୍ତି।

ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଏହା ଚିକିତ୍ସା ସେବା ପରିଚାଳନାକୁ ଅଧିକ ଦୃଢ କରିବା ପାଇଁ ବିଶେଷ ସହାୟତା କରିବ। ଏହାର ବ୍ୟବହାର ପୂର୍ବରୁ ସିକନ୍ଦରାବାଦ ସ୍ଥିତ କେନ୍ଦ୍ରୀୟ ରେଳ ଡାକ୍ତରଖାନାରେ ରେଲ ବୋଟର ବ୍ୟାପକ ପରୀକ୍ଷଣ ଏବଂ ପ୍ରଦର୍ଶନ କରାଯାଇଥିଲା। କୌଣସି ଶାରୀରିକ ସ୍ପର୍ଶ ନ କରି ଏହା ଔଷଧ, ଚିକିତ୍ସା ସାମଗ୍ରୀ ଏବଂ ରୋଗୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସକ୍ଷମ। ଏହାର ବ୍ୟବହାର ଫଳରେ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ମେଡିକାଲ କର୍ମଚାରୀଙ୍କୁ ସଂକ୍ରମଣ ଠାରୁ ଦୂରରେ ରହିପାରିବେ ବୋଲି କୁହାଯାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories