ହିନ୍ଦୁ-ମୁସଲିମ ଦମ୍ପତ୍ତିଙ୍କୁ ମିଳିଲା ପାସପୋର୍ଟ: ଧର୍ମ ବଦଳାଓ, ମନ୍ତ୍ର ପଢ କହିଥିବା ଅଧିକାରୀ ବିରୋଧରେ ତଦନ୍ତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ଏକ ହିନ୍ଦୁ-ମୁସଲିମ ଦମ୍ପତ୍ତିଙ୍କୁ ପାସପୋର୍ଟ ଆବେଦନ ଗ୍ରହଣ କରୁ ନଥିବା ଅଧିକାରୀଙ୍କ ବିରୋଧରେ ବଡ଼ ପଦକ୍ଷେପ ନିଆଯିବା ସହ ଶେଷରେ ଦମ୍ପତ୍ତିଙ୍କୁ ପାସପୋର୍ଟ ପ୍ରଦାନ କରାଯାଇଛି। ଦାୟିତ୍ୱରେ ଥିବା ପାସପୋର୍ଟ ଅଧିକାରୀ ପ୍ରଥମେ ଏହି ଦମ୍ପତ୍ତିଙ୍କୁ ପାସପୋର୍ଟ ଦେବାକୁ ମନା କରିବାରୁ ଏହାକୁ ନେଇ ବିବାଦ ଜୋର ଧରିଥିଲା।
ଏହାକୁ କେନ୍ଦ୍ର କରି ମହମ୍ମଦ ଅନସ ସିଦ୍ଦିକି ଓ ତାଙ୍କ ପତ୍ନୀ ତନ୍ୱୀ ସେଠ ଏକ ସାମ୍ବାଦିକ ସମ୍ମିଳନୀ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ପାସପୋର୍ଟ ଅଧିକାରୀ ଶ୍ରୀ ସିଦ୍ଦିକିଙ୍କୁ ଧର୍ମ ପରିବର୍ତ୍ତନ କରିବା ସହ ନାମ ପରିବର୍ତ୍ତନ ଓ ଗୋ- ମନ୍ତ୍ର ପଢିବାକୁ କହିଥିବା ସେ ଅଭିଯୋଗ କରିଥିଲେ।
ବୁଧବାର ଲକ୍ଷେ୍ନø ପାସପୋର୍ଟ କାର୍ଯ୍ୟାଳୟ ହିନ୍ଦୁ-ମୁସଲିମ ଦମ୍ପତ୍ତିଙ୍କ ଆବେଦନକୁ ଖାରଜ କରି ଦେଇଥିଲା ମହମ୍ମଦ ଅନସ ସିଦ୍ଦିିକି ଓ ତନ୍ୱୀ ସେଠ ୨୦୦୭ରେ ବିବାହ କରିଥିଲେ। ପରେ ସେମାନେ ଲକ୍ଷେ୍ନøସ୍ଥିତ ପାସପୋର୍ଟ କାର୍ଯ୍ୟାଳୟରେ ଆବେଦନ ମଧ୍ୟ କରିଥିଲେ। ତେବେ ପାସପୋର୍ଟ ଅଧିକାରୀ ବିକାଶ ମିଶ୍ରା ଉଭୟଙ୍କ ଧର୍ମ ଓ ନାମ ପରିବର୍ତ୍ତନ ପାଇଁ ଚାପ ଦେଇଥିବା ସେମାନେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ଏଭଳି ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ହେବାର ମାତ୍ର ଗୋଟିଏ ଦିନ ମଧ୍ୟରେ ସମ୍ପୃକ୍ତ ଅଧିକାରୀଙ୍କୁ ବଦଳି କରି ଦିଆଯାଇଛି। ଏଭଳି ଆବେଦନରେ କୌଣସି ଦମ୍ପତ୍ତିଙ୍କୁ ତାଙ୍କ ବିବାହର ପ୍ରମାଣ ପତ୍ର ଆଣିବାର ଆବଶ୍ୟକତା ନାହିଁ ବୋଲି ଆଞ୍ଚଳିକ ପାସପୋର୍ଟ ଅଧିକାରୀ ଉଭୟଙ୍କୁ ପାସପୋର୍ଟ ପ୍ରଦାନ କରିବା ସହ ଗଣମାଧ୍ୟମରେ ସ୍ପଷ୍ଟିକରଣ ଦେଇଛନ୍ତି।
ଏହି ଦମ୍ପତ୍ତି ୧୯ଜୁନ୍ରେ ପାସପୋର୍ଟ ପାଇଁ ଆବେଦନ କରିଥିଲେ। ସିଦ୍ଦିକୀ ତାଙ୍କ ପାସପୋର୍ଟ ନବୀକରଣ ପାଇଁ ଆବେଦନ କରିଥିବାବେଳେ ତନ୍ୱୀ ସେଠ ନୂଆ କରି ପସପୋର୍ଟ ପାଇଁ ଆବେଦନ କରିଥିଲେ। ଉଭୟଙ୍କ ପାସପୋର୍ଟ ଆବେଦନ ଖାରଜ କରିଦେବାରୁ ସେମାନେ ଘଟଣା ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ୱିଟ୍ କରିବା ସହ ସାମ୍ବାଦିକ ସମ୍ମିଳନୀ ଦ୍ୱାରା ଗଣମାଧ୍ୟମରେ ପ୍ରକାଶ କରିଥିଲେ। ପାସପୋର୍ଟ ଅଧିକାରୀ ଜଣକ ଦମ୍ପତ୍ତିଙ୍କ ୬ ବର୍ଷର ଶିଶୁର ନାମ ପରିବର୍ତ୍ତନ କରିବାକୁ ମଧ୍ୟ ବାଧ୍ୟ କରିଥିବା ସେମାନେ ଗଣମାଧ୍ୟମରେ ଅଭିଯୋଗ କରିଥିଲେ। ଏପରିକି ଧର୍ମ ପରିବର୍ତ୍ତନ କରିବା ସହ ଉଭୟ ଦମ୍ପତ୍ତିଙ୍କ ସମସ୍ତ ଦସ୍ତାବିଜରେ ନାମ ବଦଳାଇ ପୁନ୍ନଃ ଆବେଦନ କରିବାକୁ ପାସପୋର୍ଟ ଅଧିକାରୀ ଶ୍ରୀ ମିଶ୍ରା ଯୁକ୍ତି ଦର୍ଶାଇ ଥିଲେ।