ମୋବାଇଲ୍‍ ଫୋନ୍‍ ଫାଟି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସିଇଓ ମୃତ

0

ନୂଆଦିଲ୍ଲୀ: ମୋବାଇଲ୍‍ ଫୋନ୍‍ ଚାର୍ଜ ହେଉଥିବା ବେଳେ ବିସ୍ଫୋରଣ ଘଟି ଜଣେ ନାଜ୍‍ରିନ୍‍ ହାସନ୍‍ ନାମକ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମାଲେସିଆ ଅର୍ଥ ମନ୍ତ୍ରାଳୟ ଅଧୀନରେ ପରିଚାଳିତ କ୍ରେଡଲ୍‍ ଫଣ୍ଡ ନାମକ ଏହି ସଂସ୍ଥାରେ ହାସନ୍‍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବରେ କାର୍ଯ୍ୟରତ ଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ହାସନ୍‍ ବ୍ଲାକବେରି ଓ ହୁଏଇ କମ୍ପାନୀର ଦୁଇଟି ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଥିଲେ। ଦୁଇଟି ଯାକ ଫୋନ୍‍କୁ ଶୋଇବା ଘରେ ଚାର୍ଜ କରୁଥିଲେ। ଏହି ସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ମାତ୍ର ଏତେ ଅଧିକ ଥିଲେ ଯେ ସେଠାରେ ସବୁ ଆସବାବପତ୍ର ନଷ୍ଟ ହୋଇଯାଇଛି। ତେଣୁ କେଉଁ ଫୋନ୍‍ରେ ବିସ୍ଫୋରଣ ଘଟିଥିଲା ତାହା ଜଣାପଡ଼ିନାହିଁ।
ଫୋନ୍‍ ବିସ୍ଫୋରଣ ହେବା ପରେ ତାହାର ଏକ ଟୁକୁଡ଼ା ହାସନ୍‍ଙ୍କ ମୁଣ୍ଡ ପଛପଟେ ଖୁବ୍‍ ଜୋରରେ ବାଜିଥିଲା। ଘଟଣାସ୍ଥଳରେ ହିଁ ହାସନ୍‍ଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସାରା କୋଠରିରେ ନିଅାଁ ବ୍ୟାପି ଯାଇଥିଲା। ପୁଲିସର କହିବା ଅନୁଯାୟୀ ଫୋନ୍‍ ବିସ୍ଫୋରଣ ଯୋଗୁଁ କଠୋରିଟି ଧୂଅାଁରେ ଭର୍ତ୍ତି ହୋଇଯାଇଥିଲା। ସେଥିରେ ଅଣନିଃଶ୍ୱାସୀ ହୋଇ ହାସନ୍‍ଙ୍କ ମୃତ୍ୟୁ ଘଟିଥାଇପାରେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ହାସନ୍‍ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।

Leave A Reply