www.samajalive.in
Sunday, December 7, 2025
26.1 C
Bhubaneswar

ସରପଞ୍ଚ ବି କରୋନା ଯୋଦ୍ଧା; ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ

ଭୁବନେଶ୍ବର: ସରପଞ୍ଚଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏହି ତାଲିକାରେ ଡ଼ାକ୍ତର, ପୁଲିସ, ସ୍ବାସ୍ଥ୍ୟକର୍ମୀଙ୍କୁ ରଖା ଯାଇଥିଲା । ଏବେ ସରପଞ୍ଚ ବି କରୋନା ଯୋଦ୍ଧାର ମାନ୍ୟତା ପାଇଛନ୍ତି । ଗ୍ରାମାଞ୍ଚଳରେ କ୍ବାରେଣ୍ଟାଇନ ସେଣ୍ଟର ପରିଚାଳନାରେ ସରପଞ୍ଚଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବାରୁ ତାଙ୍କୁ ଯୋଦ୍ଧାର ମାନ୍ୟତା ଦିଆଯାଇଛି । ଏହା ସହ ଟିଏମସି, କ୍ବାରେଣ୍ଟାଇନ ସେଣ୍ଟର ପରିଚାଳନାରେ ସହଯୋଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ କରୋନା ଯୋଦ୍ଧା କୁହାଯିବ । ଖାଲି କୁହାଯିବ ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ ଆଜି ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସଂକ୍ରମଣରେ ଯଦି ସରପଞ୍ଚ ବା ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ଜଡ଼ିତ ବ୍ୟକ୍ତିବିଶେଷ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ପରିବାରକୁ ସରକାର ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।

- Advertisement -

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତୃଣମୂଳସ୍ତରରେ କରୋନା ମୁକାବିଲା ନିମନ୍ତେ ସରପଞ୍ଚମାନେ ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟାନ୍ୟ କୋବିଡ଼ ସୁବିଧାର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛନ୍ତି । ସେମାନେ ଆଗଧାଡ଼ିର ଯୋଦ୍ଧା । ସେମାନଙ୍କ ପରିବାରର ହିତ ପାଇଁ ପୂର୍ବଘୋଷିତ ୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନାରେ ଏମାନଙ୍କ ମଧ୍ୟରୁ କାହାରି ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories