www.samajalive.in
Sunday, December 7, 2025
18.1 C
Bhubaneswar

ରଥଯାତ୍ରା ଉପରେ କରୋନାର କଳା ବାଦଲ, କାଳିଆର ଚମତ୍କାରକୁ ଶ୍ରଦ୍ଧାଳୁଙ୍କ ଅପେକ୍ଷା

ଭୁବନେଶ୍ଵର: ଓଡ଼ିଶାରେ କରୋନା ବିପର୍ଯ୍ୟୟ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣରେ ୨୦୦ କାରିଗର ଲାଗିଛନ୍ତି। ସେପଟେ ହାଇକୋର୍ଟ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇ ଜୁନ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ କହିଛନ୍ତି। ରଥ କାମରେ ନିୟୋଜିତ ୨୦୦ କାରିଗରଙ୍କୁ ୪୫ ଦିନିଆ କ୍ବାରେଣ୍ଟାଇନରେ ରଖାଯାଇଛି। କାରିଗରମାନଙ୍କ ଲାଗି ହୋଟେଲରେ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି। କାରିଗରମାନେ ରଥ ନିର୍ମାଣ ସ୍ଥାନରେ କାର୍ଯ୍ୟ କରିବେ ଏବଂ ସିଧା ହୋଟେଲକୁ ଫେରିବେ। ନିର୍ମାଣସ୍ଥଳଠାରୁ ୧୦୦ ମିଟର ବ୍ୟାସାର୍ଦ୍ଧରେ ପ୍ରବେଶକୁ ବାରଣ କରାଯାଇଛି। ପୁରୀରେ ତିନି ଜଣ କରୋନା ପଜିଟିଭ୍ ମିଳିଥିବାରୁ ଏହି ଜିଲାକୁ ଅରେଞ୍ଜ ଜୋନ୍‌ରେ ସାମିଲ କରାଯାଇଛି। ସମୁଦ୍ରକୂଳ ନିକଟବର୍ତ୍ତୀ ଅଞ୍ଚଳ ରେଣୁକା ଲେନକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

- Advertisement -

ରଥଯାତ୍ରା ହେବ କି ନାହିଁ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଅନ୍ୟପଟେ ରଥଯାତ୍ରା ଆୟୋଜନ ସମ୍ପର୍କରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହାନ୍ତି। ଜୁନ୍‌ ୨୩ରୁ ହେବାକୁ ଥିବା ରଥଯାତ୍ରାର ପ୍ରାରମ୍ଭିକ ରୀତିନୀତି ବାଧାପ୍ରାପ୍ତ ହୋଇଛି। ଉଦାହରଣ ସ୍ୱରୂପ, ଏପ୍ରିଲ ୨୬ରୁ ଅକ୍ଷୟ ତୃତୀୟା ରଥ ଅନୁକୂଳ ହୋଇଥିଲେ ହେଁ ରଥ ନିର୍ମାଣ କାମ ୧୨ ଦିନ ବିଳମ୍ବରେ ଆରମ୍ଭ ହେଲା। ତେଣୁ ଠିକ୍‌ ସମୟରେ ରଥ କାମ ଶେଷ କରିବାକୁ ପ୍ରଶାସନ ଜୋରସୋର ଉଦ୍ୟମ ଚଳାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଚନ୍ଦନଯାତ୍ରା କରିପାରିଲେ ନାହିଁ। ଆଗକୁ ଥିବା ପରମ୍ପରା ଚାଲିବ କି ନାହିଁ ତାହାକୁ ନେଇ ବି ଦ୍ବନ୍ଦ୍ବ ଉପୁଜିଛି। ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ କିଛି ପରମ୍ପରା ସମ୍ପନ୍ନ କରିବାକୁ ଯୋଜନା ରହିଛି। ୧୭୩୬ରୁ ବଡ଼ଦାଣ୍ଡରେ ରଥଯାତ୍ରା ହୋଇଆସୁଛି। ବୋଧହୁଏ ଏହା ପ୍ରଥମ ଥର ହେବ ଯେ ମହାପ୍ରଭୁଙ୍କ ରଥ ଚକକୁ କରୋନା ଭୂତାଣୁ ଅଟକାଇବାକୁ ସଂଘର୍ଷ କରୁଛି। ଏପରି ସ୍ଥିତିରେ ଶ୍ରଦ୍ଧାଳୁଙ୍କ ସମେତ ମନ୍ଦିର ସେବାୟତ, ପ୍ରଶାସକ ଓ ସରକାର ଚିନ୍ତାରେ ପଡ଼ିଛନ୍ତି।

ଉଲ୍ଲେଖ​‌ ଯେ, ପୂର୍ବରୁ ବଡ଼ଦାଣ୍ଡରେ ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାର ଏହାକୁ ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେଇଥିଲେ। ଦିନକ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇ ବଡ଼ଦାଣ୍ଡରେ ରଥ ନିର୍ମାଣ ହୋଇପାରିବ ବୋଲି କୁହାଯାଇଥିଲା। ଏହି ସମୟ ମଧ୍ୟରେ ଅକ୍ଷୟ ତୃତୀୟା ପୂର୍ବରୁ ନୟାଗଡ଼ ଏବଂ ବୌଦ୍ଧ ଜିଲାର ଜଙ୍ଗଲରୁ ନିମ୍ବ କାଠ ଅଣାଯାଇଥିଲା। ଯଦିଓ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, କିନ୍ତୁ ମନ୍ଦିର ପରିଚାଳନା ସହିତ ଜଡିତ ସଦସ୍ୟଙ୍କ କହିବା ଅନୁଯାୟୀ, ଯଦି କୋଭିଡ-୧୯ର ପରିସ୍ଥିତି ସମାନ ରହେ ତେବେ କେବଳ ଏକ ପ୍ରତୀକାତ୍ମକ ରଥଯାତ୍ରା ଆୟୋଜିତ ହୋଇପାରିବ। ଧାର୍ମିକ ପରମ୍ପରା ପାଳନ କରିବା ଲାଗି ପ୍ରତିକାତ୍ମକ ରଥଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇପାରେ। ରଥଯାତ୍ରା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କୁହନ୍ତି, ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ସେତେବେଳର ପରିସ୍ଥିତି ଉପରେ ରଥଯାତ୍ରା ଆୟୋଜନ ନିର୍ଭର କରିବ। ଅନ୍ୟପଟେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଦେଖି ରଥ ନିର୍ମାଣକାରୀ କାରିଗରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ, ରଥ ନିର୍ମାଣ କାର୍ଯ୍ୟରେ ବହୁତ ବିଳମ୍ବ କରାଯାଇଛି ଏବଂ ଏହାର ଶୁଭ ତିଥି ଚାଲିଯାଇଛି।

ଗତ ୧୫ ବର୍ଷ ଧରି ରଥଯାତ୍ରା ପାଇଁ ଓଡ଼ିଆ ଦୁରଦର୍ଶନ ପାଇଁ ଲାଇଭ୍‌ କମେଣ୍ଟ୍ରି କରୁଥିବା ମହିଳା କମିଶନର ପୂର୍ବତନ ସଦସ୍ୟା ନମ୍ରତା ଚଢ଼ା କୁହନ୍ତି, ମହାପ୍ରଭୁଙ୍କ କୌଣସି ପ୍ରକାର ଚମତ୍କାର ହିଁ ଭବ୍ୟ ରଥଯାତ୍ରାର ଆୟୋଜନରେ ସହଯୋଗ କରିପାରିବ। ଶ୍ରଦ୍ଧାଳୁମାନେ ଏହି ଚମତ୍କାରକୁ ଅପେକ୍ଷା କରିଛନ୍ତି। ରାଜ୍ୟର ପ୍ରତ୍ୟେକ ପରିବାର ଭଗବାନ ଜଗନ୍ନାଥଙ୍କୁ ନିଜ ପରିବାର ସଦସ୍ୟ ଭଳି ମାନନ୍ତି। ଖାସ୍‌ ଏଇଥିପାଇଁ ତାଙ୍କ ରୀତିନୀତି ଲାଗି ୩୬ ନିଯୋଗରେ ଭିନ୍ନ ଭିନ୍ନ ସେବାୟତ ନିୟୋଜିତ ଅଛନ୍ତି। ଆଉ କିଛି ଲୋକ କୁହନ୍ତି ଯେ, କରୋନାରେ ଆମ ମହାପ୍ରଭୁ ବାହାରକୁ କାହିଁକି ବାହାରିବେ। ରଥଯାତ୍ରାର ପରମ୍ପରା ପ୍ରତିକାତ୍ମକ ଭାବେ ଶ୍ରୀମନ୍ଦିର ପରିସରରେ ସମ୍ପନ୍ନ ହୋଇପାରିବ। ଦଇତାପତି ସେବକ ବିନାୟକ ଦାସମହାପାତ୍ର କୁହନ୍ତି, ସରକାର ରଥଯାତ୍ରାକୁ ନେଇ ଡ୍ରାମାବାଜି କରୁଛନ୍ତି। ରାଜ୍ୟ ସରକାର ହାତ ଟେକିଦେଇ କେନ୍ଦ୍ରକୁ ଚିଠି ଲେଖି ଅନୁମତି ମାଗିଲେ। ପରେ କେନ୍ଦ୍ରରୁ ଉତ୍ତର ମିଳିଲା। ଏଥିରେ ୩ ଦିନ ଚାଲିଗଲା। ରଥ ନିର୍ମାରେ ବିଳମ୍ବ ହେଲା। ଭକ୍ତଙ୍କ ବିନା ଉପସ୍ଥିତିରେ ରଥଯାତ୍ରା କରାଯାଇ ପାରିବ। ସମସ୍ତ ସେବାୟତ ଏହା ଚାହୁଁଛନ୍ତି।

ସୂଚନାଯୋଗ୍ୟ, ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ରଥରେ ନିଜ ମାଉସୀ ଘର ଶ୍ରୀଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। ପାରମ୍ପରିକ ବାଦ୍ୟ ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ନେଇଥାନ୍ତି। ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଗଡ଼ିଥାଏ। ରଥ ଟାଣିଲେ ସବୁ ଦୁଃଖ ଦୂର ହୋଇଯାଏ ଏବଂ ମୋକ୍ଷ ପ୍ରାପ୍ତ ହୁଏ ବୋଲି ବିଶ୍ଵାସ ରହିଛି। ଏହି ଯାତ୍ରା ୯ଦିନ ଧରି ଚାଲିଥାଏ।

ରଥ ନିର୍ମାଣର ମୁଖ୍ୟ ବିଶ୍ଵକର୍ମା ବିଜୟ ମହାପାତ୍ର କୁହନ୍ତି, ଏ​‌ବେ ସମୟ ବହୁତ କମ୍‌ ଅଛି। ଅଧିକ କାରିଗରଙ୍କୁ ନେଇ ୨୪ ଘଣ୍ଟା କାମ କଲେ ରଥ ନିର୍ମାଣ ସମ୍ଭବ ହୋଇପାରିବ। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କୁହନ୍ତି, ନବୀନ ସରକାର କେନ୍ଦ୍ରକୁ ଚିଠି ଲେଖିବା ଜରୁରୀ ନ ଥିଲା। ତେବେ ପୁରୀସ୍ଥିତ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଆଶ୍ରମରେ ୨୪ ଏପ୍ରିଲରେ ହୋଇଥିବା ବୈଠକରେ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ଶ୍ରୀମନ୍ଦିର ପରିସରରେ ଧାର୍ମିକ ପରମ୍ପରା ସମ୍ପନ୍ନ କରାଯାଇପାରିବ। ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହରାଜା ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ, ସେବାୟତଙ୍କ ପ୍ରତିନିଧିମାନେ  ଏତିରେ ସହମତି ପ୍ରକାଶ କରିଥିଲେ। ପରେ କୁହାଗଲା ଯେ, ଶଙ୍କରାଚାର୍ଯ୍ୟଙ୍କ ସାଥୀରେ ପରବର୍ତ୍ତୀ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବ। ଏହି ପରବର୍ତ୍ତୀ ବୈଠକ ବର୍ତ୍ତମାନ ସୁଦ୍ଧା ବସିନାହିଁ। ଶଙ୍କରାଚାର୍ଯ୍ୟଙ୍କ କହିବା ଅନୁସାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ଉଚିତ।

ଶ୍ରୀମନ୍ଦିର ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ଯେ, ରଥ ନିର୍ମାଣ କାର୍ଯ୍ୟ ପାଇଁ ୨୦୦ କାରିଗରଙ୍କୁ ଅଣାଯାଇଛି। ଏମାନଙ୍କୁ ୪୫ ଦିନ କ୍ବାରେଣ୍ଟାଇନରେ ରଖାଯାଇଛି। ୨ଟି ସିଫ୍ଟରେ କାମ କରି ବିଳମ୍ବିତ ହୋଇଥିବା ୧୨ ଦିନ କାମ କରାଯିବ। ସମସ୍ତଙ୍କୁ ହୋଟେଲରେ ରଖାଯାଇଛି। କରୋନାରୁ ରକ୍ଷା ପାଇବା ଲାଗି କାରିଗରମାନଙ୍କୁ ସମସ୍ତ ଉପକରଣ ଦିଆଯାଇଛି। ଶ୍ରୀମନ୍ଦିରର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି ଯେ, ରଥଯାତ୍ରା ପାଇଁ ତିନି ରଥ ନିମାଣ ହେବ। କାମ ଦ୍ରୁତ ଗତିରେ ଚାଲିଛି। ଭବିଷ୍ୟତରେ ଯେପରି ପରିସ୍ଥିତି ଉପୁଜୁନା କାହିଁକି ରଥ ନିର୍ମାଣ ଠିକ୍‌ ସମୟରେ ଶେଷ କରିବା ଆମର ପ୍ରାଥମିକତା।

ତଥାପି ରଥଯାତ୍ରା ଆୟୋଜନ ଉପରେ କରୋନାର କଳା ବାଦଲ ଢାଙ୍କି ରହିଛି। ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚମତ୍କାରକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ। କରୋନା ସ୍ଥିତିରେ ସୁଧାର ଆସିବ ଏବଂ ବଡ଼ ଦାଣ୍ଡରେ ରଥ ଗଡ଼ିବ ବୋଲି ବହୁ ଶ୍ରଦ୍ଧାଳୁ ଆଶାବାଦୀ ଅଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories