ବ୍ଲକ୍ ସ୍ତରୀୟ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ
ପିପିଲି: ଆନ୍ତର୍ଜାତିକ ବାଳିକା ଦିବସ ଉପଲକ୍ଷେ ପିପିଲି ବ୍ଲକ ସ୍ତରୀୟ ବିଦ୍ୟାଳୟ ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜବାହାର ବିଦ୍ୟାପୀଠ ଠାରେ ଏହି ଅବସରରେ ବ୍ଲକ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅତିଥି ଭାବେ ଜବାହାର ବିଦ୍ୟାପୀଠର ପ୍ରଧାନଶିକ୍ଷକ ପୀତବାସ ସେଠୀ, ଏବିଇଓ ସାହେବ ପାତ୍ର, ଲକ୍ଷ୍ମୀପ୍ରିୟା ନାୟକ ପ୍ରମୂଖ ଯୋଗଦେଇ ଆନ୍ତର୍ଜାତିକ ବାଳିକା ଦିବସ ପାଳନର ମହତ୍ତ୍ୱ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଉପଲକ୍ଷେ ଛାତ୍ରୀ ମାନଙ୍କ ମଧ୍ୟରେ ସ୍ଲୋଗାନ ଲିଖନ, ଫ୍ଯାନସି ଡ୍ରେସ୍, ଚିତ୍ରାଙ୍କନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସିନିୟର୍ ଗ୍ରୁପ୍ ଫ୍ଯାନସି ଡ୍ରେସ୍ ରେ ଅର୍ଜୁନେଶ୍ବର ନୋଡାଲ ହାଇସ୍କୁଲର ଛାତ୍ରୀ ପ୍ରିୟଦର୍ଶିନୀ ସାହୁ, ସ୍ଲୋଗାନ ଲିଖନରେ ଅର୍ଜୁନେଶ୍ବର ଦେବ ନୋଡାଲ ହାଇସ୍କୁଲ ର ସନ୍ତୋସିନୀ ସ୍ବାଇଁ, ଚିତ୍ରାଙ୍କନରେ ହାଟସାହି ପଞ୍ଚାୟତ ହାଇସ୍କୁଲର ସ୍ମୃତିପ୍ରଜ୍ଞା ସେନାପତି ଏବଂ ଜୁନିଅର ଗ୍ରୁପ୍ ଫ୍ଯାନସି ଡ୍ରେସ୍ ରେ ପିତବାସ ୟୁଜିୟୁପି ର ଅନିନ୍ଦିତା ଦାଶ, ସ୍ଲୋଗାନ ଲିଖନରେ ମଠସାହି ନୋଡାଲ ସ୍କୁଲ୍ ର ସ୍ନେହାଶ୍ରୀ ପ୍ରଧାନ, ଚିତ୍ରାଙ୍କନରେ କଣ୍ଟି ନୋଡାଲ ସ୍କୁଲ୍ ର ଭାଗ୍ଯଲକ୍ଷ୍ମୀ ସେଠୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଥିଲେ।
ସିଆରସିସି ଚିନ୍ତାମଣି ଓଝା ସଭା ପରିଚାଳନା କରିଥିବା ବେଳେ ବୈକୁଣ୍ଠ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। ସିଆରସିସି ରମେଶ ଦାସ, ଭଗବାନ ସାହୁ, ପୂର୍ଣ୍ଣ ଚନ୍ଦ୍ର ବେହେରା,ରଶ୍ମି ରଂଜନ ସେଠୀ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.