www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ଵ ପାଇଁ ବିପଦ ଆଣୁଛି ଆଉ ଏକ ନୂଆ ରୋଗ, କେବଳ ଶିଶୁମାନେ ହେଉଛନ୍ତି ଏହି ରୋଗର ଶିକାର

ଲଣ୍ଡନ : ବିଶ୍ଵପାଇଁ ବିପଦ ସୃଷ୍ଟି କରିଛି ଆଉ ଏକ ନୂତନ ରୋଗ । ଏହି ରୋଗରେ କେବଳ ଶିଶୁମାନେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମହାମାରୀ କରୋନା ଭୂତାଣୁ ବିସ୍ତାର ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେଳେ ଆଉ ଏକ ନୂଆ ରୋଗର ସୃଷ୍ଟି ଅନେକ ଦେଶ ପାଇଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି । ଆମେରିକା ଏବଂ ୟୁରୋପୀୟ ଦେଶ ମାନଙ୍କରେ ଏହି ରୋଗ ଦେଖାଦେଇଛି । ଏହି ରୋଗରେ ବ୍ରିଟେନରେ ଜଣେ ଶିଶୁର ମୃତ୍ୟୁ ଘଟିବା ପରେ ଚିକିତ୍ସାଜଗତ ପାଇଁ ଆତଙ୍କର ବାତାବରଣ ସୃଷ୍ଟି କରିଛି । ଏହି ରୋଗର ନାମ ପିଡିଆଟ୍ରିକ ମଲ୍ଟି ସିଷ୍ଟ୍ରମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ କୁହାଯାଉଛି । ଏହି ରୋଗକୁ କୋଭିଡ-୧୯ ସହ ସଂଯୋଗ କରି ଦେଖାଯାଉଛି ।ବ୍ରିଟେନରେ ବର୍ତ୍ତମାନ ଏହି ରୋଗରେ ୬୪ ଜଣ ଶିଶୁ ଓ କିଶୋର ସଂଘର୍ଷ କରୁଥିବା ଦେଖାଯାଇଛି ।

କଣ ରହିଛି ଏହି ରୋଗର ଲକ୍ଷଣ

  • ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ରୋଗ ହେଲେ ଅନେକ ଦିନ ଧରି ପିଲାମାନଙ୍କୁ ଜ୍ଵର ହୋଇଥାଏ
  • ପେଟରେ ଯନ୍ତ୍ରଣା ହୁଏ ଏବଂ ବାନ୍ତି ହୁଏ
  • ଶରୀର ଏବଂ ମୁଣ୍ଡ ବିନ୍ଧା ହୁଏ
  • ତରଳ ଝାଡା ହୋଇଥାଏ
  • ନିମ୍ନ ରକ୍ତଚାପ ଏବଂ ଭୀଷଣ ଜ୍ଵର ହୋଇଥାଏ

 

- Advertisement -

ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର ଜେନ ନେଉବର୍ଗ କହିଛନ୍ତି ଯେ ବର୍ତ୍ତମାନ ଏହି ରୋଗରେ ପୀଡିତଙ୍କ ସଂଖ୍ୟା କମ୍ ରହିଛି କିନ୍ତୁ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଡାକ୍ତର ଏବଂ ବୈଜ୍ଞାନିକମାନେ ବର୍ତ୍ତମାନ ଏହି ରୋଗ ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । କଣ ପାଇଁ ଏହି ରୋଗ କେବଳ ଶିଶୁ ମାନଙ୍କୁ ହେଉଛି ତାହା ଜାଣିବାକୁ ପ୍ରୟାସ ଜାରି ରହିଛି । ବ୍ରିଟେନର ଶିଶୁ ହସ୍ପିଟାଲର ଡାକ୍ତର ସଚିନ ଓଲିରି କହିଛନ୍ତି ଯେ ଯଦି ଶିଶୁ ଅସୁସ୍ଥ ଦେଖାଯାଏ ତେବେ ଡାକ୍ତରଙ୍କୁ ଦେଖାନ୍ତୁ । ନିମ୍ନ ରକ୍ତଚାପ ଏବଂ ଉଚ୍ଚ ଜ୍ଵର ସହିତ କେତେକ ରୋଗୀଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଉଥିବା ଦେଖାଯାଉଛି । ଗୁରୁତର ହେଉଥିବା ଶିଶୁଙ୍କୁ ଇମ୍ୟୁନୋଗ୍ଲୋବିନ୍ ଦିଆଯାଉଛି ଯାହା ପ୍ରତିରକ୍ଷା ପ୍ରଣାଳୀରେ ଥିବା ଉତ୍ତେଜନାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେମାନଙ୍କୁ ଷ୍ଟେରଏଡ ଏବଂ ସାଇଟୋକାଇନ୍ ବ୍ଲକର ମଧ୍ୟ ଦିଆଯାଉଥିବା କହିଛନ୍ତି ଡାକ୍ତର ସଚିନ ଓଲିରି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories