www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱ ମାତୃ ଦିବସ: ପିପିଲିର କରୋନା ଯୋଦ୍ଧା ଗୌରୀଙ୍କୁ ସଂବର୍ଦ୍ଧନା

ପିପିଲି : ସମଗ୍ର ରାଜ୍ୟବାସୀଙ୍କ ହୃଦୟକୁ ଜିଣିଥିବା ପିପିଲିର କରୋନା ଯୋଦ୍ଧା ତଥା ପିପିଲି ଥାନାର ମହିଳା ହୋମଗାର୍ଡ ଗୌରୀ ବେହେରାଙ୍କୁ ବିଶ୍ୱ ମାତୃ ଦିବସ ପାଳନ ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ସଂବର୍ଦ୍ଧନା ପ୍ରଦାନ କରାଯାଇଛି। ନିଜର ଏକମାତ୍ର ୧୩ବର୍ଷୀୟା କନ୍ୟାର ଦୁଃଖଦ ମୃତ୍ୟୁ ସମୟରେ ମଧ୍ୟ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗୌରୀ ନିଜର ଡ୍ୟୁଟି ଜାରି ରଖି ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଥିଲେ। ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‍ କରି ଗୌରୀଙ୍କ ନିଷ୍ଠା ଓ ସମର୍ପିତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ସମବେଦନା ଜଣାଇଥିଲେ।

ପିପିଲି ହାଟଛକ ଠାରେ ଟ୍ରାଫିକ୍‍ ନିୟନ୍ତ୍ରଣ ସହ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦୋକାନରେ ଗ୍ରାହକ ମାନଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବାକୁ ସଚେତନ କରାଇବାରେ ବ୍ୟସ୍ତ ଥିବା ଗୌରୀଙ୍କୁ ଆଜି ‘ଆପଣଙ୍କ ଖବର ପରିବାର’ ପକ୍ଷରୁ ସଭାପତି ଦୀନବନ୍ଧୁ ବେହୁରା, ସଂପାଦକ ପୂଣ୍ୟବ୍ରତ ପରିଡା, ଉପସଭାପତି ବିରଜା ପ୍ରସାଦ ପଟ୍ଟନାୟକ, ଦିବାକର ଷଡଙ୍ଗୀ, ଝୁନାମଣି ମଲ୍ଲିକ ପ୍ରମୁଖ ମାନପତ୍ର ଓ ଉତ୍ତରୀୟ ସହ ୧୦ହଜାର ଟଙ୍କାର ଏକ ଚେକ୍‍ ପ୍ରଦାନ କରିଥିଲେ। ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ଗୌରୀଙ୍କ ନିଷ୍ଠା ଓ ସମର୍ପିତ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରି ଏକମାତ୍ର କନ୍ୟାର ବିୟୋଗ ପାଇଁ ସମବେଦନା ଜଣାଇବା ସହ ତାଙ୍କୁ ସଂବର୍ଦ୍ଧିତ କରି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପିପିଲିର ସିଦ୍ଧେଶ୍ବର ଦେବ ରାଜମିସ୍ତ୍ରୀ ସଂଘର ଉପଦେଷ୍ଠା ଶଶାଙ୍କ ଶେଖର ମହାନ୍ତି, ସଭାପତି ମହେନ୍ଦ୍ର କୁମାର ମାଝୀ, ସଂପାଦକ ବିନୋଦ ବେହେରା ଓ କୋଷାଧ୍ୟକ୍ଷ ପର୍ଶୁରାମ ସେଠୀ ପ୍ରମୁଖ ପିପିଲି ଥାନା ପରିସରରେ ଆଇଆଇସି ଶରତ କୁମାର ସାହୁଙ୍କ ଉପସ୍ଥିତିରେ ଗୌରୀଙ୍କୁ ଏକ ନୂତନ ସାଇକେଲ, ଛତା ଓ ଉତ୍ତରୀୟ ଦେଇ ସଂବର୍ଦ୍ଧିତ କରିଥିଲେ। ଏଠାରେ ସୂଚନା ଥାଉକି, ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଗୌରୀଙ୍କ ଏକମାତ୍ର କନ୍ୟା ଲୋପାମୁଦ୍ରା ବେହେରା (୧୩) କ୍ୟାନ୍‍ସର ରୋଗରେ ପିଡିତ ଥାଇ ଘରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସମୟରେ ମଧ୍ୟ ଗୌରୀ ନିରନ୍ତର ଭାବେ ପିପିଲି ପୌରାଞ୍ଚଳରେ ଡ୍ୟୁଟି କରୁଥିଲେ। ଗତ୨୫ ତାରିଖରେ ସେ ନିଜର ଡ୍ୟୁଟି ସମୟରେ କନ୍ୟାର ମୃତ୍ୟୁ ଖବର ପାଇଥିଲେ। କିଛି ସମୟ ପାଇଁ ସେ ସ୍ତବ୍ଧ ହୋଇଯିବା ପରେ ଆଖିରୁ ଲୁହକୁ ପୋଛି ପୁଣି ଡ୍ୟୁଟିରେ ବ୍ୟସ୍ତ ଥିଲେ। ଡ୍ୟୁଟି ସରିବା ପରେ ନିଜ କନ୍ୟାର ବିୟୋଗ ଖବର ଅନ୍ୟ ପୁଲିସ କର୍ମଚାରୀଙ୍କୁ ଜଣାଇ ସେ ଘରକୁ ଯାଇଥିଲେ। ଝିଅର ମୃତଦେହ ପାଖରେ ପହଞ୍ଚିବା ପରେ ଶବ ସତ୍କାର କରାଯାଇଥିଲା। ଦୀର୍ଘ ଦିନ ଧରି ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସମୟରେ ମଧ୍ୟ ଗୌରୀ କେବେବି ଛୁଟିରେ ରହିନଥିଲେ। ଗୌରୀଙ୍କ ଏହି ନିଷ୍ଠା ଓ ସମର୍ପିତ କାର୍ଯ୍ୟକୁ ସବୁରି ମହଲରୁ ପ୍ରଶଂସା କରାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories