www.samajalive.in
Tuesday, December 9, 2025
15.1 C
Bhubaneswar

ଆଉ ଏକ ବାଲାକୋଟ ଭୟ: ସୀମାରେ ଜେଏଫ୍-୧୭ ଲଢ଼ୁଆ ବିମାନ ଉଡ଼ାଇଲା ପାକିସ୍ତାନ

ନୂଆଦିଲ୍ଲୀ: କରୋନା କାଳରେ ସାର ବିଶ୍ବ ଏକତ୍ରିତ ହୋଇ କୋବିଦ-୧୯ ଭୂତାଣୁ ବିରୋଧରେ ଲଢ଼ୁଥିବାବେଳେ ପାକିସ୍ତାନ କିନ୍ତୁ ନିଜର ନୀଚ କାର୍ଯ୍ୟକଳାପ ଅବ୍ୟାହତ ରହିଛି । ସୀମାରେ ବାରମ୍ବାର ଗୁଳିଚାଳନା ଚଳାଇବା ଓ ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀଙ୍କୁ ଭାରତ ପଠାଇବା ପାଇଁ ଅହରହ ଉଦ୍ୟମ ଚଳାଇଛି । ମାତ୍ର ହିନ୍ଦୱାଡ଼ା ଘଟଣାରେ ଭାରତୀୟ ସେନାର ଜଣେ କର୍ନେଲ ସହିଦ ହେବା ପରେ ଖୁସି ହୋଇଥିଲେ ହେଁ ପାକିସ୍ତାନ ହିଜବୁଲର ଶୀର୍ଷ କମାଣ୍ଡର ରିୟାଜ ନାଇକୁର ମୃତ୍ୟୁରେ ବିବ୍ରତ ହୋଇ ପଡ଼ିଛି । ଏହି ସମୟରେ ଭାରତର ପାଣିପାଗ ବିଭାଗ ପାକ୍ ଅଧିକୃତ ଅଞ୍ଚଳ ନିମନ୍ତେ ପାଣିପାଗ ପୂର୍ବାନୁମାନ କରି ପାକିସ୍ତାନକୁ ଆହୁରି ଦ୍ବନ୍ଦ୍ବରେ ପକାଇ ଦେଇଛି । ତେଣୁ ସେନା ଅଧିକାରୀ ଓ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ପାଇଁ ଭାରତୀୟ ବିମାନ ବାହିନୀ ପାକ୍ ଅଧିକୃତ କାଶ୍ମୀରରେ ବାଲାକୋଟ ପରି କିଛି ଗୋଟାଏ ବଡ଼ ଧରଣର କାର୍ଯ୍ୟାନୁ​ଷ୍ଠାନ ଗ୍ରହଣ କରିପାରେ ବୋଲି ଆଶଙ୍କା କରିଛି ପାକିସ୍ତାନ । ଏଥିପାଇଁ ପାକ୍ ବାୟୁସେନା ସୀମାନ୍ତରେ ଜେଏଫ୍ ୧୭ ଓ ଏଫ୍ ୧୬ ପରି ଲଢ଼ୁଆ ବିମାନଗୁଡ଼ିକୁ ପଇଁତରା କାମରେ ଲଗାଇଛି ।

ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଗତ କିଛିଦିନ ହେଲା ପାକିସ୍ତାନର ବଦମାସୀ ପୁଣି ବଢ଼ିଥିବା ପରି ମନେ ହେଉଛି । କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବ୍ୟତିବ୍ୟସ୍ତ ହୋଇଛି । ଭାରତରେ ଉଗ୍ରବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉଦ୍ୟମ ଚଳାଇଛି । ମାତ୍ର ଏଥିରେ ସଫଳ ହୋଇପାରି ନାହିଁ । ପାକିସ୍ତାନ ବହୁ ପୂର୍ବରୁ ଏକ ସୈନ୍ୟାଭ୍ୟାସ କରୁଛି । ଏଥିରେ ପାକ୍ ବାୟୁସେନାକୁ ନିୟୋଜିତ କରାଯାଇଛି । ତେବେ ହନ୍ଦଓ୍ୱାଡା ଏନକାଉଣ୍ଟର ପରେ ପାକିସ୍ତାନ ଅଧିକ ସତର୍କ ହୋଇଯାଇଛି । ଏନେଇ ଭାରତକୁ ସୂଚନା ମିଳିଛି । ପାକିସ୍ତାନ ବାୟୁସେନା ନିଜର ମିରାଜ ଓ ଏଫ-୧୬ ବିମାନ ସହ ଜେଏଫ୍-୧୭ ବିମାନକୁ ସୀମାରେ ଉଡାଇଛି । ଯାହା ଉପରେ ଭାରତ ତୀକ୍ଷ୍ନ ନଜର ରଖିଛି ।

- Advertisement -

କରୋନା ସଂକ୍ରମଣ ଘଟଣା ମଧ୍ୟରେ ହିନ୍ଦୱାଡ଼ା ଆତଙ୍କବାଦୀ ଆକ୍ରମଣ ଘଟଣା ଲୋକଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରି ପାରିନାହିଁ । ଏଥିରେ ଜଣେ  କ​‌େ​‌ର୍ଣ୍ଣଲ ଓ ୪ ଯବାନଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ସେନା ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିଛି। ସୀମା ଆରପଟେ ପ୍ରାୟ ଦେଢ଼ଶହ ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀ ଲଞ୍ଚପ୍ୟାଡରେ ଭାରତ ପ୍ରବେଶ ପାଇଁ ଅପେକ୍ଷା କରିଥିବା ଖବର ମଧ୍ୟ ଭାରତ ନିକଟରେ ରହିଛି । ଏହି ପରିପ୍ରେକ୍ଷୀରେ ପାକ୍ ପ୍ରଧାନମନ୍ତ୍ରୀ କାଶ୍ମୀର ପ୍ରସଙ୍ଗ ଉଲ୍ଲେଖ କରି ଟ୍ବିଟରରେ ଭାରତ ବର୍ତ୍ତମାନର ପରିସ୍ଥିତିରେ ପାକ୍ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଆଶଙ୍କା କରିଛନ୍ତି । ତେଣୁ ସୀମାନ୍ତରେ ପାକିସ୍ତାନ ଲଢ଼ୁଆ ଯୁଦ୍ଧ ବିମାନ ମୁତୟନ କରିଥିବା ସୂଚନା ମିଳିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories