ମାଳଦ୍ୱୀପ ବିରୋଧରେ ଭୋଟ ଦେଲା ଭାରତ

0

ନୂଆଦିଲ୍ଲୀ : ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ପାଇଁ ହୋଇଥିବା ଭୋଟରେ ଭାରତ ପଡୋଶୀ ମାଳଦ୍ୱୀପ ବିରୋଧରେ ଭୋଟ ଦେଇଥିବା ଜଣାଯାଇଛି। ଭାରତ କେବଳ ମାଳଦ୍ୱୀପ ବିରୋଧରେ ଭୋଟ ଦେଇ ନାହିଁ; ବରଂ ମାଳଦ୍ୱୀପର ପରାଜୟକୁ ସୁନିଶ୍ଚିତ କରାଇଥିଲା। ଅନ୍ୟପଟେ ଭାରତ ମାଳଦ୍ୱୀପ ବିରୋଧରେ ସଦସ୍ୟତା ପାଇଁ ପ୍ରତିଯୋଗୀତା କରିଥିବା ଇଣ୍ଡୋନେସିଆର ବିଜୟକୁ ସୁନିଶ୍ଚିତ କରାଇଥିଲା। ଜୁନ୍‍ ୮ରେ ହୋଇଥିବା ଗୁପ୍ତ ବାଲାଟ ଭୋଟ୍‍ରେ ମାଳଦ୍ୱୀପକୁ ୪୬ଟି ଦେଶର ସମର୍ଥନ ମିଳିଥିବାବେଳେ ଇଣ୍ଡୋନେସିଆକୁ ୧୪୪ଟି ଦେଶର ସମର୍ଥନ ମିଳିଥିଲା। ସୁରକ୍ଷା ପରିଷଦକୁ ୫ଟି ଅସ୍ଥାୟୀ ସଦସ୍ୟ ମନୋନୟନ ପାଇଁ ଜୁନ୍‍ ୮ରେ ଭୋଟ ହୋଇଥିଲା।

kalyan agarbati
Leave A Reply