www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ରାତି ୧୦ରୁ ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ୬୦ଘଣ୍ଟିଆ ସଟ୍‌ଡାଉନ୍‌

ଭୁବନେଶ୍ବର: ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ତିନୋଟି ଜିଲ୍ଲାରେ କରୋନା ଭୂତାଣକୁ କିଭଳି ପ୍ରତିହତ କରାଯାଇପାରିବ ସେଥିପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ୬୦ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଆଜି ରାତି ୧୦ଟାରୁ ୨୬ ତାରିଖ ପୂର୍ବାହ୍ନ ୧୦ଟା ପର୍ୟ୍ୟନ୍ତ ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲ୍ଲା ସଟ୍‌ଡାଉନ୍‌ ରହିବ। ପୂର୍ବରୁ ଭୁବନେଶ୍ବର ଓ କଟକରେ ସଟ୍‌ଡାଉନ୍‌ ସମୟରେ ଯେଉଁଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା ସେହି ୩ ଜିଲ୍ଲାରେ ସେଭଳି ପଦକ୍ଷେପ ଗ୍ରହଣ କରାଯିବ। ସଟ୍‌ଡାଉନ୍‌ ବେଳେ ଏକ ପ୍ରକାର କର୍ଫୁଭଳି ସ୍ଥିତି ରହିବ। ଏହି ସମୟରେ ୩ ଜିଲ୍ଲାରେ ବ୍ୟାପକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହେବ ଏବଂ କରୋନା ଆକ୍ରାନ୍ତଙ୍କ ବ୍ୟାପକ କଣ୍ଟାକ୍‌ ଟ୍ରେସିଙ୍ଗ କରାଯିିବ। ସଟ୍‌ଡାଉନ୍‌ ବେଳେ କେହି ବାହାରକୁ ନ ବାହାରିବାକୁ ନିର୍ଦେଶ ଦିଆଯାଇଛି।

ଏହି ସମୟରେ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ। ନିର୍ଦିଷ୍ଟ କିଛି ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ବନ୍ଦ ରହିବ। ଯେଉଁମାନେ ରାଜ୍ୟ ବାହାରୁ କିମ୍ବା ପଶ୍ଚିମବଙ୍ଗରୁ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ସରପଞ୍ଚମାନଙ୍କୁ କୁହାଯାଇଛି। ଯେଉଁମାନେ ବାହାର ରାଜ୍ୟରୁ ଆସି ଘରେ ଅଛନ୍ତି ସେମାନେ ନିଜ ଇଚ୍ଛାରେ ଆସି ପଞ୍ଜୀକରଣ କରନ୍ତୁ, ଅନ୍ୟଥା ସେମାନଙ୍କ ବିରୋଧରେ ନିୟମାନୁସାରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି।

- Advertisement -

କୋଭିଡ-୧୯ ଯୋଗୁ ଏହି ତିନୋଟି ଜିଲ୍ଲା ଚିନ୍ତାଜନକ ରହିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ୫ ଦିନରେ ଏହି ୩ ଜିଲାରୁ ୨୮ଟି କରେନା ପଜିଟିଭ୍‌ ବାହାରି ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ନମୁନା ପରୀକ୍ଷଣ ଓ କଣ୍ଟ୍ରାକ୍ଟ ଟେଷ୍ଟିଂ ତିନିଗୁଣା କରାଯିବ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories