www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଲକ ଡାଉନ ଯୋଗୁଁ ସାରଙ୍ଗଯୋଡି ଭାଗବତ ମେଳଣ ଫିକା ପଡିଲା

ସୁଆଣ୍ଡୋ : କରୋନା ଲକ ଡାଉନ ଯୋଗୁଁ ଶହ ଶହ ବର୍ଷ ଧରି ହୋଇ ଆସୁଥିବା ସାରଙ୍ଗଯୋଡି ଭାଗବତ ମେଳଣ ଫିକା ପଡିଛି। ବୈଶାଖ ମାସ ଚତୁର୍ଦ୍ଦଶୀ ଓ ଅମାବାସ୍ୟା ଦୁଇଦିନ ଧରି ଏହି ମେଳଣ ଅନୁଷ୍ଠିତ ହୋଇଥାଏ । ସାରଙ୍ଗଯୋଡି ଦେଶ କୋଠ ଆନୁକୂଲ୍ୟରେ ବୁଧବାର ମେଳଣ ଆୟୋଜିତ ହୋଇ ଗୁରୁବାର ଶେଷ ହୋଇଥିଲା । ଥାନାପତି ପତିତପାବନ ଦେବଙ୍କ ସକାଳ ଧୂପ ପରେ ଆଜ୍ଞାମାଳ ଛାମୁଣ୍ଡିଆ ତଳେ କଳସ ଉପରେ ବିଜେ ହୋଇଥିଲେ । ଆଖପାଖ ଗ୍ରାମ କୁଶୁମେଶ୍ୱର ସାରଙ୍ଗଯୋଡି ମଳୁଖପାଟଣା ବଁପାଳ ବାଇଶିବାଡି ମର୍ଦ୍ଦମେଖ ବଳପୁର ଆନନ୍ଦ ପୁର ଆଦି ବାଇଶିଟି ଗ୍ରାମରୁ ସୁସଜ୍ଜିତ ବିମାନରେ ଛତି ଘଣ୍ଟ ବାଜାବାଜି ଭାଗବତ ଠାକୁର ମେଳଣକୁ ବିଜେ କରିଥିଲେ । ପୂଜକ ରବିନାରାୟଣ ଦାଶ ଫୁଲ ତୁଳସୀ ଚନ୍ଦନ ଫଗୁ ଆଦି ନେଇ ଠାକୁରଙ୍କୁ ବାଟବରଣି କରି ଆଣିଥିଲେ । ଠାକୁରଙ୍କ ଭୋଗ ପାଇଁ ଗ୍ରାମ କୋଠ ତରଫରୁ ଖଇକୋରା ଖଜା ଚୁଡାଘଷା କଦଳୀ ଆଦି ତାଳପତ୍ର ଭୋଗେଇରେ ଦେବା ସହିତ ସେହିପରି ଦୀପ ଜାଳିବା ପାଇଁ ପୁଲାଙ୍ଗ ତେଲ ଦିଆଯାଇଥିଲା । ଗତ ବର୍ଷ ଫନି ବାତ୍ୟା ଯୋଗୁଁ ମେଳଣ ହେବାରେ ସମସ୍ୟା ସୃଷ୍ଟି ହୋଇ ଥିଲା । ସେହିପରି ଚଳିତ ବର୍ଷ କରୋନା ଲକ୍ ଡାଉନ କଟକଣା ହେତୁ ଖାଲି ଦେବନୀତି କରାଯାଇ ଥିଲା । କୌଣସି ଦୋକାନ ବଜାର ଖୋଲିନଥିବା ବେଳେ ମେଳଣ ପଡିଆ ଜନଶୂନ୍ୟ ରହିଥିଲା

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories