www.samajalive.in
Monday, December 15, 2025
15.1 C
Bhubaneswar

ଆଜିଠୁ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ପାଇଁ ଉପଲବ୍ଧ ହେବ ଅଣଅତ୍ୟାବଶ୍ୟକୀୟ ସାମଗ୍ରୀ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଇ-କମର୍ସ ଜରିଆରେ ଅଣଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯିବାରେ ଚାରିଦିନ ପରେ କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ ମାରିଛନ୍ତି ଏବଂ ମୋବାବାଲ୍‌ ଫୋନ୍, ରେଫ୍ରିଜେରେଟର ଏବଂ ରେଡିମେଡ୍‌ ଗାଣ୍‌ମେଣ୍ଟ ବିକ୍ରି ନେଇ ଅନୁମତି ପ୍ରଦାନ କରିଛନ୍ତି। ଇ-କର୍ମସ କାର୍ଟରୁ ଅଣଅତ୍ୟାବଶ୍ୟକୀୟ ସାମଗ୍ରୀ ଛାଡ଼ କରିବାକୁ କେନ୍ଦ୍ରଗୃହ ସଚିବ ଅଜୟ ଭାଲ୍ଲା ନିର୍ଦେଶ ଜାରି କରିଛନ୍ତି। ତେବେ କ’ଣ ପାଇଁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ୟୁ-ଟର୍ଣ୍ଣ ମାରିଛନ୍ତି ତାହାର ଉତ୍ତର ଦେଇ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟା ସଲିଲା କହିଛନ୍ତି ଯେ କୋଭିଡ୍-୧୯ର ପରିସ୍ଥିତିକୁ ଦେଖି ସରକାର ପ୍ରତିଦିନ ବିଭିନ୍ନ ନିଷ୍ପତ୍ତି ନେଉଛନ୍ତି। ଯେତେବେଳେ ସରକାର ଇ-କର୍ମସକୁ ସୁଦୃଢ଼ କରିବା ପାଇଁ ଅଣଅତ୍ୟାବଶ୍ୟକିୟ ସାମଗ୍ରୀ ବିକ୍ରି କରିବାକୁ ନିର୍ଦେଶ ଦେଇଛନ୍ତି ତାହା ପାଳନ କରାଯିବା ଦରକାର। ପରେ ପରବର୍ତ୍ତିତ ସମୀକ୍ଷା କରାଯଇ ନିଷ୍ପତ୍ତି ନିଆଯିବ। ତେଣୁ ଅପ୍ରିଲ୍‌ ୨୦ରୁ ଅଣଅତ୍ୟାବଶୀୟ ସାମଗ୍ରୀ ବିକ୍ରି କରାଯାଇପାରିବ।

ଅଣଅତ୍ୟାବଶୀୟ ସାମଗ୍ରୀ ବିକ୍ରି ଉପରେ ସରକାର ଯେଉଁ ନିଷେଧାଦେଶ ଜାରି କରିଥିଲେ ତାହା ହଠାତ୍‌ ଉଠାଇ ନାହାନ୍ତି। ରିଟେଲ୍‌ ଟ୍ରେଡରମାନଙ୍କ ସହିତ ଆଲୋଚନାପରେ ସ୍ଥାନୀୟ ଦୋକାନୀ ଦୋକାନୀ ଅତ୍ୟାବଶ୍ୟକିୟ ସାମଗ୍ରୀ ବିକ୍ରି ପାଇଁ ସରକାରଙ୍କ ଉପରେ ଚାପ ପକାଇଥିଲେ। ପୂର୍ବରୁ ଇ-କମର୍ସ ପ୍ଲାଟଫର୍ମରେ ଫୁଡ୍, ଫାର୍ମାସିଟ୍ୟୁକାଲ୍‌ ଏବଂ ମେଡିକାଲ୍‌ ଡିଭାଇସ୍‌ ବିକ୍ରି ପାଇଁ ନିର୍ଦେଶ ଦିଆଯାଇଥିଲା। ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଅପ୍ରିଲ୍‌ ୨୦ରୁ ମୋବାଇଲ୍‌ ଫୋନ୍, ଟିଭି, ରେଫ୍ରିଜେରେଟର, ସ୍କୁଲପିଲାଙ୍କ ପାଇଁ ଷ୍ଟେସ୍‌ନାରି ସାମଗ୍ରୀ ବିକ୍ରି ପାଇଁ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏଥିପାଇଁ ଇ-କମର୍ସ କମ୍ପାନିଗୁଡ଼ିକୁ ଅନ୍‌ଲାଇନ୍‌ ଅର୍ଡର ପ୍ରଦାନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories