www.samajalive.in
Monday, December 15, 2025
15.1 C
Bhubaneswar

ଭିମସାରର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର ମେସିନରେ ସଠିକତା ଯାଞ୍ଚ କରାଗଲା

ବୁର୍ଲା: ପଶ୍ଚିମ ଓଡ଼ିଶାର ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ ସାଇନ୍ସ ଏବଂ ରିସର୍ଚ୍ଚ ଅନୁଷ୍ଠାନ ଭିମସାରରୁ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ଏବଂ ରକ୍ତନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରକୁ ପ୍ରେରଣ କରାଯାଉଥିବା ବେଳେ ଭିମସାରରେ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର ରବିବାର ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସାମ୍ବାଦିକ ସମ୍ମିଳନିରେ ଦୃଢ଼ୋକ୍ତି ପ୍ରକଟ କରିଥିଲେ। ବର୍ତ୍ତମାନ ବୁର୍ଲା ଭିମସାରର କାରୋନା ଆଇସୋଲେସନ ବିଭାଗରେ ପୁଣି ଦୁଇଜଣ କରୋନା ସନ୍ଦିଗ୍ଧ ରୋଗୀ ରହିଥିବା ବେଳେ ଉଭୟ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ଏବଂ ରକ୍ତନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରକୁ ପୁର୍ବରୁ ହିଁ ପ୍ରେରିତ ହୋଇଯାଇଛି। ଉଭୟଙ୍କ ରିପୋର୍ଟ ହସ୍ତଗତ ହୋଇ ପାରି ନ ଥିବା ବେଳେ ଉଭୟ ଯୁବକଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ସାଧାରଣ ରହିଥିବା ବେଳେ ଅନ୍ୟ ଜଣଙ୍କୁ ସାବଧାନତା ଦୃଷ୍ଟିରୁ ଜୀବନରକ୍ଷକ ଭେଣ୍ଟିଲେଟରରେ ରଖାଯାଇଛି। ଉଭୟ ସନ୍ଦିଗ୍ଧଙ୍କ ପୁର୍ବରୁ ଭୁବନେଶ୍ୱରକୁ ପ୍ରେରିତ ସ୍ୱାବ ଏବଂ ରକ୍ତନମୁନା ରିପୋର୍ଟ ହସ୍ତଗତ ହୋଇ ପାରିନାହିଁ।

ତେବେ ଇତି ମଧ୍ୟରେ ଦୁଇଟି ଆରଟି-ପିସିିଆର କୋଭିଡ଼-୧୯ ପରୀକ୍ଷଣ ମେସିନ ଆସି ଅବସ୍ଥାପିତ ହୋଇଯାଇଥିବା ବେଳେ ମାଷ୍ଟର ମିଷ୍କ, ଡ଼ିକଣ୍ଟାମିନେସନ, ବିଏସଏଲ-୨ ପ୍ଲସ ପ୍ରଭୃତି ମାଧ୍ୟମରେ ସନ୍ଦିଗ୍ଧ ରୋଗୀଙ୍କ ସ୍ୱାବ ପରୀକ୍ଷା କରାଯିବ। ରବିବାର ଏହି ପରୀକ୍ଷା ମେସିନ ମାନଙ୍କର ଏକୁରେସି ବା ସଠିକତା ପରୀକ୍ଷା କରାଯିବା ପାଇଁ ସାଧାରଣ ବର୍ଗ ଲୋକ ବା ଥଣ୍ଡା ହୋଇଥିବା ଲୋକଙ୍କ ସ୍ୱାବ ପରୀକ୍ଷଣ କରାଯାଇ ମେସିନ ମାନ ଯାଞ୍ଚ କରାଯାଇଛି। ଏହାକୁ ନେଇ ଭିମସାର ହସପିଟାଲର ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା ସମସ୍ତ ମେସିନଗୁଡିକର ପରୀକ୍ଷଣ ବ୍ୟବସ୍ତା ତଥା ସଠିକ ରିପୋର୍ଟ ଦେବା ଉପରେ ପରୀକ୍ଷା ନିରିକ୍ଷା କରାଯାଇଥିବା ସୁଚନା ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଭିମସାରର ଏହି କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଗୋଟିଏ ସିଫ୍ଟରେ ସମୁଦାୟ ୪୫ ଜଣଙ୍କ ପରୀକ୍ଷା ସମ୍ଭବପର ହୋଇପାରିବ ଏଭଳି ଭାବରେ ଦୁଇଟି ସିଫ୍ଟରେ ୯୦ଟି ପରୀକ୍ଷା କରାଯାଇ ପାରିବ ଏବଂ ୫ ଘଣ୍ଟା ମଧ୍ୟରେ ରିପୋର୍ଟ ଭିମସାରରେ ଉପଲବ୍ଧ ହୋଇପାରିବ ବୋଲି ପ୍ରକାଶ ପାଇଛି। ଭିମସାରକୁ ଆଇସିଏମଆର ଅନୁମତି ଏମସ-ଭୁବନେଶ୍ୱରର ନିର୍ଦ୍ଦେଶକଙ୍କ(ପ୍ରାଧିକୃତ) ମାଧ୍ୟମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିସାରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories