www.samajalive.in
Saturday, December 13, 2025
14.1 C
Bhubaneswar

ଆତଙ୍କବାଦୀଙ୍କୁ ରୋକିବାକୁ ପାକିସ୍ତାନ ଲଂଚ ପ୍ୟାଡକୁ ଟାର୍ଗେଟ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ଭାରତକୁ ଆତଙ୍କବାଦୀ ପଠାଇବା ଉଦ୍ୟମର ଭାରତ କଡା ଜବାବ ଦେଇଛି। ଭାରତସୀମାରେ ପ୍ରବେଶ ପୂର୍ବରୁ ଏଲଓସି ନିକଟରେ ଥିବା ସେମାନଙ୍କ ଲଂଚ ପ୍ୟାଡକୁ ଧ୍ବଂସ କରୁଛି ଭାରତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏ ନେଇ ସୂଚନା ଦେଇଛନ୍ତି। ବିଶ୍ବବାସୀଙ୍କ ଭାରତବାସୀ କରେନା ସଂକ୍ରମଣ ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାକୁ ବନ୍ଦ କରିନାହିଁ। ବରଂ ଏହି ସମୟରେ ଭାରତରେ ଆତଙ୍କବାଦୀ ପୁରାଇବାକୁ ଉଦ୍ୟମ ଜୋରଦାର କରିଛି। ଗତ କିଛି ଦିନ ହେବ ଜମ୍ମୁକାଶ୍ମୀରରେ ଏଭଳି ଘଟଣା ନଜର ଆସିବା ପରେ ଭାରତୀୟ ସେନା ଏହାର କଡା ଜବାବ୍ ଦେଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।

ଆତଙ୍କବାଦୀଙ୍କ ଭାରତସୀମାକୁ ପ୍ରବେଶ କରାଇବା ପାଇଁ ଏଲଓସି ନିକଟରେ ଥିବା ଲଂଚ ପ୍ୟାଡରେ ପ୍ରସ୍ତୁତ କରୁଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଲଂଚ ପ୍ୟାଡ ଉପରେ ଭାରତୀୟ ସେନା ପକ୍ଷରୁ ରକେଟ ମାଡ କରାଯାଇ ଧ୍ବଂସ କରାଯାଉଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପାକିସ୍ତାନରେ ଅନେକ ଆତଙ୍କବାଦୀ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କୁ ଭାରତସୀମାରେ ପ୍ରବେଶ କରାଇ କରୋନା ବିସ୍ତାର କରିବାକୁ ପାକିସ୍ତାନ ଯୋଜନା କରିଥିବା ଜଣାପଡିଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories