www.samajalive.in
Monday, December 15, 2025
16.1 C
Bhubaneswar

ଲକ୍‌ଡାଉନ୍‌ରେ ଅଧିକ ଗଡିଛି ୧୦୮ ଓ ୧୦୨

ଭୁବନେଶ୍ବର: ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ଠାରୁ ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ଏବଂ ଜନନୀ ଏକ୍ସପ୍ରେସ୍‌ ୧୦୨ ସେବା ବୃଦ୍ଧି ପାଇଛି। ପୂର୍ବ ମାସଗୁଡିକ ଅନୁପାତରେ ୧୦୮ ଆମ୍ବୁଲାନ୍ସ ସେବା ୨୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଜନନୀ ଏକ୍ସପ୍ରେସ୍‌ ୧୭ ପ୍ରତିଶତ ଅଧିକ ସେବା ପ୍ରଦାନ କରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍‌ରେ ଅବଗତ କରିଛି। ରାଜ୍ୟର କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲାରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ଅଧିକ ରୋଗୀଙ୍କୁ ଘରୁ ଡାକ୍ତରଖାନା ଆଣିଥିବା ଜଣାପଡିଛି।

ହସ୍ତଗତ ସୂଚନାନୁଯାୟୀ, ମାର୍ଚ୍ଚରେ ନବରଙ୍ଗପୁର ଜିଲାରେ ସର୍ବାଧିକ ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନ କରିଛି। ଅର୍ଥାତ ଜିଲାରୁ ୧୮୩୧ ରୋଗୀଙ୍କୁ ଘରୁ ଡାକ୍ତରଖାନା ଏବଂ ରେଫରାଲ କେସ୍‌ରେ ଅନ୍ୟ ସରକାରୀ ହସ୍ପିଟାଲକୁ ନେଇଛି। କୋରାପୁଟରେ ୧୭୬୮, ରାୟଗଡାରେ ୧୪୧୮ ଏବଂ ମାଲକାନଗିରିରେ ୯୭୨ ରୋଗୀଙ୍କୁ ସେବା ପ୍ରଦାନ କରିଛି। ସେହିଭଳି ୧୦୨ ଜନନୀ ଏକ୍ସପ୍ରେସ୍‌ ମାର୍ଚ୍ଚରେ ସର୍ବାଧିକ କୋରାପୁଟ ଜିଲାରେ ସେବା ଯୋଗାଇ ଦେଇଛି। ଅର୍ଥାତ ଜିଲାରୁ ୧୯୭୨ ଗର୍ଭବତୀଙ୍କୁ ହସ୍ପିଟାଲ ଆଣିଛି। ତା’ ତଳକୁ ନବରଙ୍ଗପୁରରେ ୧୭୩୬, ରାୟଗଡାରେ ୧୨୫୮ ଏବଂ ମାଲକାନଗିରି ଜିଲାରେ ୮୪୭ ଗର୍ଭବତୀଙ୍କୁ ଘରୁ ଡାକ୍ତରଖାନା ଏବଂ ଡାକ୍ତରଖାନାରୁ ଘରକୁ ନେବା ଆଣିବା କରିଥିବା ଜଣାପଡିଛି। ଲକ୍‌ଡାଉନ୍ ପୂର୍ବରୁ ଯେଉଁ ଅନୁପାତରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ଗଡୁଥିଲା ଲକ୍‌ଡାଉନରେ ବହୁ ରୋଗୀ ପିଏଚସି ଏବଂ ସିଏଚସିରୁ ଅନ୍ୟ ହସ୍ପିଟାଲକୁ ରେଫର ହୋଇଥିବା ଯୋଗୁଁ ଉଭୟ ଆମ୍ବୁଲାନ୍ସ ଅଧିକ କିଲୋମିଟର ଗଡିଛି।

- Advertisement -

ତେବେ କରୋନା ଭୂତାଣୁକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶି ଯାଇଥିବାରୁ ସାଧାରଣ ଥଣ୍ଡା, କାଶ ଏବଂ ଜ୍ବର ହେଲେ ରୋଗୀ ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନା ଆସିଛନ୍ତି। ଏହି ସମୟରେ ସାଧାରଣ ଥଣ୍ଡା, କାଶ ଏବଂ ଜ୍ବର ହେଲେ ଲୋକେ ଭାବୁଛନ୍ତି କରୋନା ହୋଇଗଲା କି। ତେଣୁ ଡାକ୍ତରଙ୍କୁ ପରାମର୍ଶ କରି ମନରୁ ଭୟ ଦୂର କରିବା ପାଇଁ ୧୦୮ ଆମ୍ବୁଲାନ୍ସରେ ନିକଟସ୍ଥ ପିଏଚ୍‌ସି ଏବଂ ସିଏଚ୍‌ସିକୁ ଆସୁଛନ୍ତି। ରୋଗୀକୁ ୩/୪ଦିନ ଧରି ଥଣ୍ଡା, କାଶ ଏବଂ ଜ୍ବର ହୋଇଥିଲେ କିମ୍ବା ଅନ୍ୟ ରୋଗରେ ଗୁରୁତ୍ବର ରୋଗୀଙ୍କୁ ଡାକ୍ତର ଜିଲାମୁଖ୍ୟ ଚିକିତ୍ସାଳୟକୁ ରେଫର କରିଛନ୍ତି। ୧୦୨ ଆମ୍ବୁଲାନ୍ସ ମଧ୍ୟ ଲକ୍‌ଡାଉନ୍ ଘୋଷଣା ପରବର୍ତ୍ତୀ ସମୟରୁ ଅଧିକ କିଲୋମିଟର ଗଡିଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories