www.samajalive.in
Thursday, December 11, 2025
27.1 C
Bhubaneswar

କରୋନା ଜନ ସହାୟତା କେନ୍ଦ୍ର ଆରମ୍ଭ – ଫୋନରେ ମିଳିବ ପରାମର୍ଶ

ଭୁବନେଶ୍ବର: କରୋନା ମହାମାରୀର ମୁକାବିଲାରେ ସରକାରଙ୍କ ସହ କାନ୍ଧ ମିଳାଇଛନ୍ତି ରାଜ୍ୟର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ। ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିୱାଇଏସ୍‌ଡି ଓ ଏହାର ସହଯୋଗୀ ସଂଗଠନମାନେ ମିଳିତ ଭାବେ ଏକ ଜନ ସହାୟତା କେନ୍ଦ୍ର ଆରମ୍ଭ କରି ଏକ ନିଃଶୁଳ୍କ ନମ୍ବର ଜାରି କରିଛନ୍ତି। ଏହି କେନ୍ଦ୍ରର ନିଃଶୁଳ୍କ ନମ୍ବର ୮୮୮୦୫୯୨୫୯୨କୁ ଜନ ସାଧାରଣ ସକାଳ ୧୦ ରୁ ସନ୍ଧ୍ୟା ୫ ଟା ଭିତରେ ଫୋନ୍‌ କରି କରୋନା ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ପରାମର୍ଶ ପାଇପାରିବ।

ସିୱାଇଏସ୍‌ଡି ପକ୍ଷରୁ କୁହାଯାଇଛି ଯେ ଉକ୍ତ ନମ୍ବରକୁ ଫୋନ କରି ରାଜ୍ୟର ଜନସାଧାରଣ କରୋନା ଭୂତାଣୁ ସମ୍ପର୍କିତ ସଠିକ୍‌ ସୂଚନା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଘୋଷଣା କରାଯାଇଥିବା ବିଭିନ୍ନ କାର୍ୟ୍ୟକ୍ରମ, ଯୋଜନା, ସୁବିଧା ଓ ସୁଯୋଗ ସମ୍ପର୍କରେ ତଥ୍ୟ ମଧ୍ୟ ମିଳିପାରିବ। ଏହା ସହ ମାନସିକ ଚାପ ହ୍ରାସ ପାଇଁ ପରାମର୍ଶ ଓ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ଏହି ଫୋନ୍‌ ଯୋଗେ ବିଶେଷଜ୍ଞମାନଙ୍କ ପରାମର୍ଶ ମିଳିପାରିବ। ସିୱାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ କହିଛନ୍ତି ଯେ ସାମ୍ପ୍ରତିକ ଲକ୍ ଡାଉନ୍ ସମୟରେ ଅନେକ ଲୋକ ମାନସିକ ଚାପର ଶିକାର ହେଉଛନ୍ତି ଓ ସେମାନଙ୍କୁ ପରାମର୍ଶ ବା କାଉନ୍‌ସେଲିଂର ଆବଶ୍ୟକତା ରହିଛି।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories