www.samajalive.in
Wednesday, December 10, 2025
17.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ସମ୍ମାନ – ସଫେଇ କର୍ମଚାରୀଙ୍କ ଦରମା କାଟିଲା ଏଜେନ୍ସି

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଲକ୍‍ ଡାଉନ୍‍ ଚାଲିଥିବାବେଳେ କରୋନାକୁ ଭୟ ନକରି ସଫେଇ କର୍ମଚାରୀ କାମ କରୁଛନ୍ତି। ହେଲେ ମାର୍ଚ୍ଚ ୨୨ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଜନତା କର୍ଫ୍ୟୁ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ୪୮ଘଣ୍ଟିଆ ସଟ୍‍ଡାଉନ୍‍ ବେଳେ ସଫେଇ କର୍ମଚାରୀ ପଦାକୁ ବାହାରି କାମ କରି ନଥିବାରୁ ସଫେଇ ଏଜେନ୍ସି କର୍ମଚାରୀଙ୍କ ତିନିଦିନର ଦରମା କାଟି ଦେଇଥିବା ଅଭିଯୋଗ ହୋଇଛି।

କରୋନା ଯୁଦ୍ଧରେ ସଫେଇ କର୍ମଚାରୀ ଜଣେଜଣେ ଯୋଦ୍ଧା କହି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଶଂସା କରୁଛନ୍ତି। ବୁଦ୍ଧିଜୀବୀ ମହଲରେ ମଧ୍ୟ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯିବା ସହିତ ନିଷ୍ଠାପର କର୍ତ୍ତବ୍ୟକୁ ପ୍ରଶଂସା କରୁଛନ୍ତି। ସେପଟେ ବନ୍ଦ ହୋଇଥିବା ଦିନରେ ସଫେଇ କର୍ମଚାରୀ ସଫା କରି ନଥିବାରୁ ଏଜେନ୍ସିି କର୍ମଚାରୀଙ୍କ ଦରମାରୁ ପ୍ରାପ୍ୟ କାଟି ଦେଇଛି। ଏହାକୁ ନେଇ ସଫେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଏଜେନ୍ସି ଦ୍ୱାରା ନିଯୁକ୍ତ ଜଣେ ସଫେଇ କର୍ମଚାରୀ କହିଛନ୍ତି, ମାର୍ଚ୍ଚ ୨୨ରେ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଡାକରା ଦେଇଥିଲେ। ଏହିଦିନ କେହି ବାହାରକୁ ନବାହାରିବା ପାଇଁ କୁହାଯାଇଥିଲା। ସଫେଇ କର୍ମଚାରୀ ସଫା କରି ନଥିଲେ। ସେହିଭଳି ଭୁବନେଶ୍ୱର, କଟକ ଏବଂ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ରାଜ୍ୟ ସରକାର ସଟ୍‍ଡାଉନ୍‍ ଘୋଷଣା କରିଥିଲେ। ଏହି ଦୁଇଦିନ ସମସ୍ତ ସେବା ବନ୍ଦ ହୋଇଥିଲା। ତେଣୁ ସଫେଇ କର୍ମଚାରୀ ପଦାକୁ ବାହାରି ସଫା କରି ନଥିଲେ। ମାର୍ଚ୍ଚ ମାସର ଦରମା ଏପ୍ରିଲ ୧୫ରେ ମିଳିଥିବା ବେଳେ ସଫେଇ ଏଜେନ୍ସି ଦରମାରୁ ୩ ଦିନର ଟଙ୍କା କାଟି ଦେଇଥିବା ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories