www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ମୁକାବିଲା : ଆରମ୍ଭ ହେଲା ଜିଲସ୍ତରୀୟ ଘରକୁ ଘର ସ୍କ୍ରିନିଂ

ସମ୍ବଲପୁର : କରୋନା ଭୂତାଣୁର ମୁକାବିଲା ପାଇଁ ଦେଶକୁ ଲକ ଡାଉନ କରାଯାଇଥିବା ବେଳେ ସରକାରୀ ସ୍ତରରେ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି କ୍ରମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମ୍ବଲପୁର ଜିଲାରେ ଘରକୁ ଘର ଯାଇ ସ୍କ୍ରିନିଂ କାର୍ଯ୍ୟ ଶନିବାର ଆରମ୍ଭ ହୋଇଯାଇଛି। ଏଥି ପାଇଁ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି ଏବଂ ଗୋଟିଏ ଦଳକୁ ଦିନକୁ ୫୦ଟି ଘରର ସ୍କ୍ରିନିଂ ଦାୟିତ୍ୱ ଦିଆଯାଇଛି। ଏହି କାର୍ଯ୍ୟର ପ୍ରାକ ପ୍ରସ୍ତୁତି ଅନୁଯାୟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳ ଗୁଡିକରେ ଗୁରୁବାର ମକ୍ ଡ୍ରିଲ କରାଯାଇଥିଲା। ମକ ଡ୍ରିଲ ପରେ ଶନିବାର ସାରା ଜିଲାରେ ରହିଥିବା ଅଙ୍ଗନୱାଡି ଓ ଆଶା କର୍ମୀମାନଙ୍କୁ ନେଇ ସ୍କ୍ରିନିଂ କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଥମ ଦିବସରେ ସାରା ଜିଲାରେ ୫୦ ହଜାରରୁ ଉର୍ଦ୍ଧ୍ବ ଘରର ସ୍କ୍ରିନିଂ କରାଯାଇ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଜ୍ୱର, କାଶ, ତଣ୍ଟି ବ୍ୟଥା, ଶ୍ୱାସ ନେବାରେ ଅସୁବିଧା, ଶର୍ଦ୍ଦି ଆଦି ସମସ୍ୟା ସର୍ମ୍ପକରେ ପଚାରି ବୁଝିବା ସହିତ ତାର ସୂଚୀ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସ୍କ୍ରିନିଂ ସମୟରେ ଯଦି କାହାର କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ରହିଛି, ତାହା ହେଲେ ସ୍କ୍ରିନିଂ ଦଳ ଠାରୁ ଖବର ପାଇଁ ମାତ୍ରେ ଡାକ୍ତରୀ ଦଳ ତୁରନ୍ତ ଚିକିତ୍ସାର ବ୍ୟବସ୍ଥା କରୁଛନ୍ତି। ଯାହା ଦ୍ୱାରା ଲୋକେ ସ୍ୱାସ୍ଥ୍ୟ ସୁବିଧା ନିଜର ଘର ଦ୍ୱାରରେ ପାଇ ପାରୁଛନ୍ତି। ଏଣୁ ଡାକ୍ତରଖାନା ଗୁଡିକରେ ଭିଡକୁ ମଧ୍ୟ କମାଯାଇ ପାରୁଛି। ଏହା ସହିତ ଲୋକଙ୍କୁ କରୋନା ବିଷୟରେ ସଚେତନ କରିବା ପାଇଁ ଜିଲାରେ ସଚେତନତା ରଥ ଗୁଡିକ କାର୍ଯ୍ୟରତ ରହିଛନ୍ତି। କରୋନା ମୁକାବିଲା ପାଇଁ ଏହି ସ୍କ୍ରିନିଂ ବିଶେଷ ସହାୟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏହି କାର୍ଯ୍ୟ ଏକ ସପ୍ତାହ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories