www.samajalive.in
Monday, December 8, 2025
14.1 C
Bhubaneswar

ଲକଡାଉନରେ ପ୍ରତ୍ୟହ ୨୫୦ ପରିବାରକୁ ଖାଦ୍ୟ ଯୋଗାଉଛି ରୋଟାରୀ ଗ୍ରେଟର

ସମ୍ବଲପୁର : ସାରା ବିଶ୍ୱରେ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଦେଶକୁ ଦ୍ୱିତୀୟ ଥର ପାଇଁ ଲକଡାଉନ କରାଯାଇଛି। କରୋନା ବିରୋଧରେ ଦେଶରେ ଚାଲିଥିବା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ବିଭିନ୍ନ ପ୍ରକାରର ସହାୟତା ସରକାର ଓ ପ୍ରଶାସନକୁ ଯୋଗାଇ ଦେଉଛନ୍ତି। ଲକଡାଉନ ସମୟରେ କେହି ଯେମିତି ଭୋକିଲା ନ ରହିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି କ୍ରମରେ ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟର ପକ୍ଷରୁ ନିଜର ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦିଆଯିବା ସହିତ ପ୍ରଥମ ଲକଡାଉନ ସମୟରେ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ୨୫୦ ପରିବାରକୁ ସକାଳ ଓ ସନ୍ଧ୍ୟା ସମୟରେ ଦୁଇ ଓଳି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

ଦ୍ୱିତୀୟ ଥର ପାଇଁ ଲକ ଡାଉନ ଘୋଷଣା ପରେ କ୍ଲବ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ଅଞ୍ଚଳ ଗୁଡିକରେ ରହିଥିବା ପରିବାର ମାନଙ୍କୁ ଗୁରୁବାର ଦିନ ଆଗାମୀ ୧୫ ଦିନ ପାଇଁ ରାସନ ସାମଗ୍ରୀ ଯଥା ଚାଉଳ, ଡାଲି, ଆଳୁ, ଲୁଣ ଓ ତେଲ ଯୋଗାଇ ଦିଆଯାଇଛି। ଏବେ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଗ୍ରୀଷ୍ମ ତାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟହ ଲୋକେ ଖାଦ୍ୟ ପାଇଁ ଘରୁ ଦୁଇ ଥର ବାହାରି ଆସୁଛନ୍ତି। ଏଣୁ ଯଦି ସେମାନଙ୍କୁ ୧୫ ଦିନର ରାସନ ଯୋଗାଇ ଦିଆଗଲେ ଲୋକେ ଘରେ ରହି ନିଜର ସୁବିଧା ମୁତାବକ ରନ୍ଧନ କରି ଖାଦ୍ୟ ପାଇପାରିବେ ଏବଂ ସୁରକ୍ଷିତ ରହି ପାରିବେ ବୋଲି କ୍ଲବ ପକ୍ଷରୁ ନିର୍ଣ୍ଣୟ କରାଯାଇଥିଲା। ଏଣୁ କୁଲୁଥକାନୀ, ମାୟା ବଗିଚା ଓ ଦେହେରିପାଲୀ ଅଞ୍ଚଳରେ ପ୍ରାୟ ୧ ହଜାର ବ୍ୟକ୍ତିଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି।

- Advertisement -

ଏ ସର୍ମ୍ପକରେ ସଭାପତି ପରବେଜ ଅଲ୍ଲୀ ଖାନ କହିଛନ୍ତି ଯେ, ଲକଡାଉନ ଆରମ୍ଭ ହେବା ପର ଠାରୁ ଅସହାୟ ମାନଙ୍କୁ ସହାୟତା କରିବା ପାଇଁ କରାଯାଇଥିବା ଜିଲା ପ୍ରଶାସନର ଦଳରେ ସାମିଲ କରାଯାଇଛି। କ୍ଲବର ସାମାଜିକ କାର୍ଯ୍ୟରେ ସବୁ ସମୟରେ ଆଗକୁ ଆସି କାର୍ଯ୍ୟ କରିଛି। ଗତ ୨୮ ତାରିଖରେ କ୍ଲବ ତରଫରୁ ୧୦ଟି ହାତ ଧୁଆ ଷ୍ଟେସନ ସମ୍ବଲପୁର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ସେହି ହାତଧୁଆ ଷ୍ଟେସନ ଗୁଡିକୁ ଜିଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏହି ସେବା କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚକୁ କ୍ଲବର ସଦସ୍ୟ ମାନେ ମିଳିତ ଭାବରେ ବହନ କରୁଛନ୍ତି ବୋଲି ସଭାପତି ପରବେଜ ଖାନ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories