www.samajalive.in
Sunday, December 7, 2025
26.1 C
Bhubaneswar

ଲକ୍‌ଡାଉନରେ ୩୫% ବଢ଼ିଛି ଭାରତୀୟ ଧନୀଙ୍କ ସମ୍ପତ୍ତି, ୧୦୦ ଅରବପତିଙ୍କ ସମ୍ପତ୍ତିରେ ୧୨ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଲାଗୁ ହେବା ପରେ ଯେଉଁଠି ଗରିବମାନଙ୍କ ଜୀବିକା ବିପନ୍ନ ହୋଇପଡ଼ିଥିଲା, ସେହି ସମୟରେ ଭାରତର ଅରବପତିମାନଙ୍କ ସମ୍ପତ୍ତି ଦ୍ରୁତଗତିରେ ବୃଦ୍ଧି ପାଇଥିଲା। ଗରିବୀ ବିଲୋପ ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ଅକ୍ସଫାମ ପକ୍ଷରୁ ଏଭଳି ତଥ୍ୟ ପ୍ରକାଶ କରାଯାଇଛି।

ଅକ୍ସଫାମ ରିପୋର୍ଟ ‘ଇନିକ୍ବାଲିଟି ଭାଇରସ୍‌’ରେ କୁହାଯାଇଛି ଯେ, ୨୦୨୦ ମାର୍ଚ୍ଚରେ ଲକ୍‌ଡାଉନ ଲାଗୁ ହେବା ପରେ ଭାରତରେ ୧୦୦ ଅରବପତିଙ୍କ ସମ୍ପତ୍ତିରେ ୧୨ ଲକ୍ଷ ୯୭ ହଜାର ୮୨୨ କୋଟି ଟଙ୍କା ବୃଦ୍ଧି ପାଇଛି। ଏହି ରାଶିକୁ ଯଦି ଦେଶର ୧୩ କୋଟି ୮୦ ଲକ୍ଷ ଗରିବଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ, ତେବେ ପ୍ରତ୍ୟେକଙ୍କ ଭାଗରେ ୯୪ ହଜାର ୪୫ ଟଙ୍କା ଲେଖାଏ ପଡ଼ିବ।

- Advertisement -
Image Courtesy: pixabay

କିନ୍ତୁ ଲକ୍‌ଡାଉନ କାଳରେ ଦେଶର ୮୪ ପ୍ରତିଶତ ପରିବାର ଆର୍ଥିକ ସଙ୍କଟ ଭିତରେ ଜୀବନ ନିର୍ବାହ କରିଛନ୍ତି। କେବଳ ଏପ୍ରିଲ ମାସରେ ପ୍ରତି ଘଣ୍ଟାରେ ୧ ଲକ୍ଷ ୭୦ ହଜାର ଭାରତୀୟ ଚାକିରି ହରାଇଛନ୍ତି। ଅକ୍ସଫାମ ଦ୍ବାରା କରାଯାଇଥିବା ଏହି ସର୍ବେକ୍ଷଣରେ ୭୯ ଦେଶର ୨୯୫ ଅର୍ଥନୀତିଜ୍ଞ ନିଜର ରାୟ ଦେଇଛନ୍ତି।

ରିପୋର୍ଟ ଅନୁସାରେ, ଭାରତର ପ୍ରମୁଖ କୋଟିପତିମାନଙ୍କ ମଧ୍ୟରୁ ମୁକେଶ ଅମ୍ବାନୀ, ସୁନୀଲ ମିତ୍ତଲ, ଗୌତମ ଆଦାନୀ, ଶିବ ନାଦର, ସାୟରସ୍‌ ପୁନାୱାଲା, ଉଦୟ କୋଟକ, ଅଜୀମ ପ୍ରେମ୍‌ଜୀ, ରାଧାକୃଷ୍ଣ ଦମାନୀ ଏବଂ ଲକ୍ଷ୍ମୀ ମିତ୍ତଲଙ୍କ ଭଳି ଅରବପତିମାନଙ୍କ ସମ୍ପତ୍ତି ୨୦୨୦ ମାର୍ଚ୍ଚ ପରେ ଲକ୍‌ଡାଉନ ସମୟରେ ଦ୍ରୁତଗତିରେ ବୃଦ୍ଧି ପାଇଛି।

ରିପୋର୍ଟରେ ଲୋକଙ୍କ ଆୟ ମଧ୍ୟରେ ଅସମାନତାକୁ ଉଲ୍ଲେଖ କରି କୁହାଯାଛି ଯେ, ମୁକେଶ ଅମ୍ବାନୀ କରୋନା ମହାମାରୀ ସମୟରେ ପ୍ରତି ଘଣ୍ଟାରେ ଯେତିକି ରୋଜଗାର କରିଛନ୍ତି, ସେତିକି ଆୟ କରିବା ଲାଗି ଜଣେ ଅଣକୁଶଳୀ ଶ୍ରମିକଙ୍କୁ ୧୦ ହଜାର ବର୍ଷ ସମୟ ଲାଗିବ। କରୋନା ଭୂତାଣୁ ମହାମାରୀ ବିଗତ ୧୦୦ ବର୍ଷର ସବୁଠୁ ବଡ଼ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିବାବେଳେ ଏହା ଯୋଗୁ ୧୯୩୦ ମାନ୍ଦାବସ୍ଥା ପରଠାରୁ ସବୁଠୁ ବଡ଼ ଆର୍ଥିକ ସଙ୍କଟ ଉପୁଜିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories