www.samajalive.in
Monday, December 15, 2025
26.1 C
Bhubaneswar

ସେୟାର ବଜାରରେ ହାହାକାର; ନିଫ୍ଟି-ସେନ୍‌‌ସେକ୍ସ ହ୍ରାସ ପାଇଲା

ନୂଆଦିଲ୍ଲୀ: ଆଜି ଭାରତୀୟ ଷ୍ଟକ୍‌‌ ମାର୍କେଟରେ ଏକ ବିରାଟ କ୍ଷତି ଦେଖିବାକୁ ମିଳିଛି। ଆମେରିକା ବଜାରରେ ଆର୍ଥିକ ମାନ୍ଦାବସ୍ଥା ଏବଂ ଇରାନ-ଇସ୍ରାଏଲ୍‌‌ ଯୁଦ୍ଧ ପରିସ୍ଥିତି ଯୋଗୁ ବିଶ୍ୱ ଅର୍ଥନୀତିରେ ସୃଷ୍ଟି ହୋଇଛି ହାହାକାର। ଏହାର ପ୍ରଭାବ ଭାରତୀୟ ସେୟାର ବଜାରରେ ମଧ୍ୟ ପଡିଛି। ସୋମବାର ସେୟାର ବଜାର ଖୋଲିବା ପରେ ନିଫ୍ଟି ଏବଂ ସେନସେକ୍ସ ସୂଚକାଙ୍କରେ ବ୍ୟାପକ ହ୍ରାସ ସହିତ ବଜାର ଖୋଲିଥିଲା। ସେନସେକ୍ସ ୨୩୯୩.୭୬ ପଏଣ୍ଟ ତଥା ୨.୯୬ ପ୍ରତିଶତ ହ୍ରାସ ପାଇ ୭୮୫୮୮.୧୯ ପଏଣ୍ଟରେ କାରବାର ହେଉଛି। ସେହିପରି ନିଫ୍ଟି ୪୧୪.୮୫ ପଏଣ୍ଟ ତଥା ୧.୬୮ ପ୍ରତିଶତ ହ୍ରାସ ପାଇ ୨୪୩୦୨.୮୫ ପଏଣ୍ଟରେ ପହଞ୍ଚିଛି। ସକାଳ ୯.୧୫ମିନିଟରେ ବଜାର ଖୋଲିବା ପରେ ଭାରି ମାତ୍ରାରେ ହ୍ରାସ ହୋଇଥିଲା। ସେନସେକ୍ସ ୨୩୯୩ ପଏଣ୍ଟ ହ୍ରାସ ହୋଇଥିବା ବେଳେ ନିଫ୍ଟି ୪୧୫ ପଏଣ୍ଟ ହ୍ରାସ ପାଇଛି। ବଜାର ଖୋଲିବାର ମାତ୍ର କିଛି ମିନିଟରେ ବମ୍ବେ ଷ୍ଟକ୍‌‌ ଏକ୍ସଚେଞ୍ଜରେ ସୂଚୀବଦ୍ଧ କମ୍ପାନୀଙ୍କ ମାର୍କେଟ କ୍ୟାମ୍ପରେ ୯ଲକ୍ଷ କୋଟିରୁ ଅଧିକ ହ୍ରାସ ହୋଇଥିଲା। ଅର୍ଥାତ ଏହି ସମୟରେ ନିବେଶକାରୀ ୯ଲକ୍ଷ କୋଟିରୁ ଅଧିକ କ୍ଷତି ସହିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories