www.samajalive.in
Monday, December 15, 2025
14.1 C
Bhubaneswar

ବଦଳିବ ‘ଆୟୁଷ୍ମାନ ଯୋଜନା’ର ରୂପରେଖ: ମଧ୍ୟବିତ୍ତଙ୍କୁ ମିଳିବ ମାଗଣା ଚିକିତ୍ସା, ଉପକୃତ ହେବେ କୋଟି କୋଟି ଜନତା

ସମାଜ ଡିଜିଟାଲ ଡେସ୍କ: ଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବାର ୫ବର୍ଷରୁ ଅଧିକ ହେଲାଣି। ଏଯାବତ ଦେଶରେ ୧୦କୋଟିରୁ ଅଧିକ ଲୋକ ଏହାର ଲାଭ ପାଇସାରିଛନ୍ତି। ମାଗଣାରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଦେଉଥିବା ଏହି ଯୋଜନା ଦେଶର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବରଦାନ ସାଜିଛି। ଯୋଜନାକୁ ୫ବର୍ଷରୁ ଅଧିକ ସମୟ ହୋଇସାରିଥିବା ବେଳେ ସରକାର ବର୍ତ୍ତମାନ ଏହାର ରୂପରେଖରେ କିଛିଟା ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଗାମୀ ସମୟରେ ଆୟୁଷ୍ମାନ ଯୋଜନା ଏବଂ ଏହାର ପ୍ୟାକେଜ ବ୍ୟବସ୍ଥାର ସମ୍ପୂର୍ଣ୍ଣ ରୂପରେଖ ବଦଳିବାକୁ ଯାଉଛି। ଏହା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଧନୀ ଏବଂ ଗରିବ ସମସ୍ତଙ୍କୁ ଏହି ସୁବିଧା ଦିଆଯିବ ବୋଲି ଆଶା କରାଯାଉଛି। ବାସ୍ତବରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଯୋଜନାରେ ଅଧିକ ଉନ୍ନତି ଆଣିବାକୁ ପ୍ରସ୍ତୁତି କରୁଛି। ଏଥିପାଇଁ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି.କେ ପାଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ଖୁବଶୀଘ୍ର ଏହାର ରିପୋର୍ଟ ଏବଂ ସୁପାରିଶକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଇବ। ରିପୋର୍ଟ ଆଧାରରେ ଯୋଜନାରେ ପରିବର୍ତ୍ତନ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ଆକଳନ କରାଯାଉଛି ଯେ କମିଟି ଖୁବଶୀଘ୍ର ଏହାର ରିପୋର୍ଟ ଦାଖଲ କରିବାକୁ ଯାଉଛି।

କ’ଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି –
ଅନୁମାନ କରାଯାଉଛି ଯେ ଆୟୁଷ୍ମାନ ଯୋଜନା ଅଧୀନରେ ବର୍ତ୍ତମାନ ଦେଶରେ ଅଧିକରୁ ଅଧିକ ଡାକ୍ତରଖାନାକୁ ସଂଯୋଗ କରାଯିବ। ଛୋଟ ସହରର ଡାକ୍ତରଖାନା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ, ଯାହା ଫଳରେ ଲୋକମାନେ ଶୀଘ୍ର ଏବଂ ସହଜରେ ଚିକିତ୍ସା ସୁବିଧା ପାଇପାରିବେ। ଏହା ବ୍ୟତୀତ ଯୋଜନାର ପ୍ୟାକେଜ୍‌‌ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ଏହି ଯୋଜନା ଅଧିନରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି, କିନ୍ତୁ ଏହି ଅର୍ଥରାଶି ମଧ୍ୟ ବୃଦ୍ଧି କରାଯାଇପାରେ। ଅନୁମାନ କରାଯାଉଛି ଯେ ଏହି ଅର୍ଥରାଶି ୭ରୁ ୧୦ଲକ୍ଷକୁ ବୃଦ୍ଧି ହୋଇପାରେ।

- Advertisement -

ଶୀଘ୍ର ବିଲ୍‌‌ ପ୍ରଦାନ କରାଯିବ-
ଏହି ଯୋଜନା ଅଧୀନରେ ଡାକ୍ତରଖାନାରେ ବିଲ୍‌‌ ତୁରନ୍ତ ଦେୟ ପାଇଁ ଏକ ନୂତନ ବ୍ୟବସ୍ଥା ମଧ୍ୟ ବିକଶିତ ହେବ। ରିପୋର୍ଟ ଆସିବା ପରେ ସ୍ଥିର ହେବ ଯେ କେଉଁ ପ୍ରକାର ପେମେଣ୍ଟ ବ୍ୟବସ୍ଥାର ବିକାଶ କରାଯିବା ଆବଶ୍ୟକ। ଯାହାକି ସହଜରେ ବିଲ୍‌‌ ସମସ୍ୟା ସମାଧାନ କରିପାରିବ। ଏହା ବ୍ୟତୀତ ଯୋଜନାର ପରିସର ବୃଦ୍ଧି ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ଜାରି ରହିଛି।

୭୦ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଲାଭଦାୟକ ହେବ- 
ଯୋଜନାରେ ସବୁଠାରୁ ବଡ ପରିବର୍ତ୍ତନ ବୟସ୍କଙ୍କ ପାଇଁ ହେବାର ସମ୍ଭାବନା ରହିଛି। ଏହି ଯୋଜନା ଅଧୀନରେ ୭୦ବର୍ଷରୁ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଶା କରାଯାଉଛି। ଏହାର ଉଦ୍ଦେଶ୍ୟ ହେଲା ବୟସ୍କଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବା। ତେଣୁ ଆୟ ପରିବର୍ତ୍ତେ କେବଳ ବୟସ ଆଧାରରେ ଚିକିିତ୍ସା ଦେବାରେ ଏକ ବଡ ପରିବର୍ତ୍ତନ ହୋଇପାରେ। ତେବେ ମଧ୍ୟବିତ୍ତ ବର୍ଗର ଲୋକେ ମଧ୍ୟ ଏଥିରେ ଉପକୃତ ହେବେ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories