www.samajalive.in
Saturday, December 6, 2025
26.1 C
Bhubaneswar

ହିମାଚଳରେ ବର୍ଷା ବିତ୍ପାତ : ୭୦୦ କୋଟିର କ୍ଷୟକ୍ଷତି

ସିମଳା : ହିମାଚଳ ପ୍ରଦେଶରେ ଚାଲିଥିବା ବର୍ଷାର ପ୍ରକୋପ ଥମିବାର ନାଁ ନେଉନଥିବାବେଳେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେବାରେ ଲାଗିଛି।  ଏଥିରେ ୭୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ୫୫ ଜଣ ନିଖୋଜ ଅଛନ୍ତି। ଏହାବ୍ୟତୀତ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଆକସ୍ମିକ ବନ୍ୟା, ଭୂସ୍ଖଳନ ଏବଂ ବାଦଲଫଟା ବର୍ଷା ଯୋଗୁଁ ରାଜ୍ୟର ୮୭ଟି ସଡକ ଅବରୋଧ ହୋଇପଡିଛି। ଏଗୁଡିକ ମଧ୍ୟରେ କୁଲ୍ଲୁ ଜିଲାରେ ୩୦, ମଣ୍ଡିରେ ୨୫, ଲାହାଉଲରେ ୧୪, ସିମଳାରେ ୯, କାଙ୍ଗ୍ରାରେ ୭ ଏବଂ କିନ୍ନଉର ଜିଲାରେ ୨ଟି ସଡକ ଅନ୍ତର୍ଭୁକ୍ତ। ଏହି ପରିପ୍ରେକ୍ଷୀରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ୮୨ ରୁଟ୍‌ରେ ବସ୍‌ ଚଳାଚଳକୁ ବାତିଲ କରାଯାଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ଆସନ୍ତା ୮ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ଷା ଓ ଭୂସ୍ଖଳନରେ ୪୧ଟି ଟ୍ରାନ୍ସଫର୍ମର ଏବଂ ୬୬ଟି ଜଳଯୋଗାଣ ପ୍ରକଳ୍ପ ଅକାମୀ ହୋଇପଡିଛି। ଶୁକ୍ରବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଛି। ଯୋଗୀନ୍ଦର ନଗରରେ ସର୍ବାଧିକ ୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଗୋହରରେ ୮୦, ଶିଲାରୁରେ ୭୬.୪, ପୋଆନ୍ତା ସାହିବରେ ୬୭.୨, ପାଲମପୁରରେ ୫୭.୨, ଧର୍ମଶାଳାରେ ୫୬.୨ ଏବଂ ହମିରପୁରରେ ୫୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ ବର୍ଷା ଯୋଗୁଁ ରାଜ୍ୟରେ ୭୦୦ କୋଟି ଟଙ୍କାର କ୍ଷତି ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ୍‌, ଏସଡିଆରଏଫ୍‌, ହୋମଗାର୍ଡ ଏବଂ ସିଆଇଏସଏଫ ଯବାନଙ୍କୁ ମୁତୟନ କରାଯାଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories