www.samajalive.in
Monday, December 15, 2025
27.1 C
Bhubaneswar

ପରିବା ବିକୁଥିଲେ ସଫ୍ଟୱେର ଇଞ୍ଜିନିୟର; ଚାକିରି ଦେଲେ ସୋନୁ ସୁଦ୍‌

ମୁମ୍ବଇ: କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ଅଭିନେତା ସୋନୁ ସୁଦ୍‌ ସମାଜର ସବୁ ବର୍ଗର ଅସହାୟମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। କାହାକୁ ଚାଷ କରିବାକୁ ଟ୍ରାକ୍ଟର ଦେଉଛନ୍ତି ତ ଅନ୍ୟ କେଉଁଠି ଚାକିରି ହରାଇଥିବା ଯୁବପିଢ଼ିଙ୍କୁ ଚାକିରି ଦେଉଛନ୍ତି। ଏହିପରି ଏକ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦରୁ। ପରିବା ବିକ୍ରି କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ସୋନୁ ଚାକିରି ବି ଦେଇଛନ୍ତି।

ସୂଚନା ଅନୁସାରେ, କରୋନା ଯୋଗୁ ହାଇଦ୍ରାବାଦର ସାରଦା ନାମ୍ନୀ ଜଣେ ମହିଳା ସଫ୍ଟୱେର ଇଞ୍ଜିନିୟର ଚାକିରି ହରାଇଥିଲେ। ଏହା ପରେ ସେ ପରିବା ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ସେ ପରିବା ବିକ୍ରି କରୁଥିବାର ସମୟର ଏକ ଭିଡିଓ ଟ୍ବିଟରରେ ଶେୟାର ହୋଇଥିଲା। ଜଣେ ଟ୍ବିଟର ବ୍ୟବହାରକାରୀ ଏହି ଭିଡିଓକୁ ସୋନୁ ସୁଦଙ୍କ ସହିତ ଟ୍ୟାଗ୍‌ କରି ଶେୟାର କରିଥିଲେ। ଯଦି ଆପଣ କୌଣସି ପ୍ରକାର ସାହାଯ୍ୟ କରିପାରନ୍ତି ତେବେ କରନ୍ତୁ ବୋଲି ସେ ସୋନୁଙ୍କୁ ଅନୁରୋଧ କରିଥିଲେ। ଏହାର ଉତ୍ତର ଦେଇ ସୋନୁ ଲେଖିଥିଲେ, ‘‘ମୋର ଅଧିକାରୀ ତାଙ୍କୁ ଭେଟିଛନ୍ତି। ତାଙ୍କର ସାକ୍ଷାତ୍‌କାର ନିଆଯାଇ ସାରିଛି। ଜବ୍‌ ଲେଟର ବି ପଠାଇ ଦିଆଯାଇଛି। ଜୟ ହିନ୍ଦ୍‌।’’ ସୋନୁଙ୍କ ଏହି ପଦକ୍ଷେପକୁ ଢେର୍‌ ପ୍ରଶଂସା କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ଲକ୍‌ଡାଉନ ଯୋଗୁ କର୍ମସଂସ୍ଥାନ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସୋନୁ ‘ପ୍ରବାସୀ ରୋଜଗାର’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଜରିଆରେ ସେ ଅନେକଙ୍କୁ ଚାକିରି ଦେବାକୁ ଉଦ୍ୟମ କରିଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories