www.samajalive.in
Monday, December 8, 2025
13.1 C
Bhubaneswar

ତାଲାବନ୍ଦରେ ଘରେ କଟୁଛି ଶିଶୁଙ୍କ ଜୀବନ!

ରାଉରକେଲା: ରାଉରକେଲା ସହରରେ ଚାଲିଛି ତାଲା ବନ୍ଦ ଅର୍ଥାତ ଲକ୍ ଡାଉନ। ଏହି ଲକ୍ ଡାଉନ ଯୋଗୁ ପ୍ରତ୍ୟେକ କ୍ଷେତ୍ର ଯେପରି ଶିକ୍ଷା, ସଂସ୍କୃତି, ପରିବହନ, ସଂସ୍କୃତି ଓ ପର୍ଯ୍ୟଟନ ଆଦି ବହୁଳ ଭାବରେ ପ୍ରଭାବିତ ହୋଇଛି। ଘରେ ରହିବା, ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧି ରହିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି। କୁନି ଶିଶୁ ରାଇଜ ଉପରେ ପଡ଼ିଛି କରେନାର କଳା ନଜର। ଅନ୍ୟପକ୍ଷେ କରୋନା କାଳରେ ବିଭିନ୍ନ ପ୍ଲେ ସ୍କୁଲ, ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବା କାରଣରୁ ତାଲା ବନ୍ଦ ସମୟରେ ଘରେ ବନ୍ଦୀ ଜୀବନ କାଟୁଛନ୍ତି କୋମଳମତି କୁନି ପିଲାମାନେ। ବିଶେଷ କରି ଏମାନଙ୍କ ବୟସ ୩ରୁ ନେଇ ୮ ବର୍ଷ ମଧ୍ୟରେ। ଧନୀ ଓ ମଧ୍ୟବିତ ଶ୍ରେଣୀର ପିଲାମାନେ ଘରେ ଥିବା ସୟରେ ଟିଭିରେ କାର୍ଟୁନ ଦେଖିବା, ମୋବାଇଲରେ ଗେମ ଖେଳି ନିଜ ସମୟ ଅତିବାହିତ କରୁଥିବା ବେଳେ ଗ୍ରାମାଂଚଳ ଓ ବସ୍ତିରେ ରହୁଥିବା ଗରିବ ପିଲାଟି ପେନସିଲ, ତୂଳୀରେ ଚିତ୍ର ଆଙ୍କି ସମୟ କାଟୁଛି । ସ୍କୁଲ ବନ୍ଦଥିବା କାରଣରୁ ସାଙ୍ଗସାଥୀଙ୍କ ମେଳ ପାଇ ପାରୁ ନାହାନ୍ତି କୋମଳମତି ଶିଶୁ ମାନେ । ଏହା ଦ୍ୱାରା ସେମାନେ ମାନସିକ ଭାବରେ ପ୍ରଭାବିତ ହେଉଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଦୃଷ୍ଟିରେ ରଖି ସଂପୃକ୍ତ ଅଭିଭାବକ(ବାପା ଓ ମାଆ) ମାନେ ସେମାନଙ୍କ ପିଲା ମାନଙ୍କୁ ବାହାରକୁ ଛାଡ଼ିବା ପାଇଁ ଆକଟ କରୁଛନ୍ତି । ଅପରପକ୍ଷରେ ବହୁଦିନ ଧରି ଘରେ ରହିବା କାରଣରୁ କିଛି ଶିଶୁ ଚିଡ଼ଚିଡ଼ା ସ୍ୱଭାବ ଓ ଜିଦ୍‌ଖୋର ହୋଇ ଯାଉଥିବା ସାରନଗରୀ ଅଂଚଳର ଜଣେ ଅଭିଭାବିକା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଲକ୍ ଡାଉନ ଯୋଗୁ ପାର୍କ ବନ୍ଦଥିବା କାରଣରୁ ଏବେ ଘର ଅଗଣା ଓ ଦାଣ୍ଡ ପିଣ୍ଡାରେ ସମୟ କାଟୁଛନ୍ତି ଏଭଳି ଶିଶୁ ମାନେ। କରୋନା କଟକଣା ଯୋଗୁ ଖେଳିବାକୁ ଖେଳ ପଡ଼ିଆ ଯିବା ମଧ୍ୟ ସମ୍ଭବ ହୋଇ ପାରୁନି । ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ ହୋଇଥିବା ବେଳେ, କରୋନା କାଳରେ ପରିବାର ପକ୍ଷରୁ ଶିଶୁ ମାନଙ୍କ ଉଭୟ ମାନସିକ ଓ ଶାରୀରିକ ଯତ୍ନ ନେବା ଅପରିହାର୍ଯ୍ୟ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories