www.samajalive.in
Friday, December 5, 2025
26.1 C
Bhubaneswar

ଲକଡାଉନ୍ ପାଖରେ ବନ୍ଧା ପଡିଛି ପେଟ ପାଟଣା ; ହାତ ବାନ୍ଧି ବସିଛନ୍ତି ଦୁଲ୍‍ଦୁଲି ବାଜା କଳାକାର

ରେଙ୍ଗାଲି : କରୋନା ମହାମାରୀ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଚାଲିଥିବା ଲକ୍‍ ଡାଉନ୍‍ ଯୋଗୁଁ ଅନେକ ପ୍ରକାର ଜୀବନ ଜୀବିକା ପ୍ରତିହତ ହୋଇ ପଡିଛି। ଜୀବନ ଜୀବକା ଉପରେ ନିର୍ଭର କରି ଚଳୁଥବା ଅନେକ ପରିବାର ଜୀବିକାରୁ ଉଚ୍ଛନ୍ନ ହୋଇ ବହୁ କଷ୍ଟରେ ଚଳୁଥିବାର ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଦୁଲ୍‍ଦୁଲି ବାଜା ବଜାଇ ପରିବାର ପ୍ରତିପୋଷଣ କରୁଥିବା କଳାକାର ଅନ୍ୟତମ। ଲକ୍‍ ଡାଉନ୍‍ ଯୋଗୁଁ ବିବାହ, ବ୍ରତ, ପୂଜା ପାର୍ବଣ, ଯାତ୍ରା ଉପରେ କଡା କଟକଣା ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସମାଜିକ ଦୂରତା ରକ୍ଷା କରିବା ସହିତ ବିନା ଆଡମ୍ବରରେ ୩୦/୪୦ ଜଣଙ୍କ ମଧ୍ୟରେ ବିବାହ ବ୍ରତ ଆଦି ସମାଜିକ କାର୍ଯ୍ୟକ୍ରମ ସାରିବାକୁ ସରକାର କଡା ଆଇନ୍‍ ଜାରି କରିଛନ୍ତି। ମାଙ୍ଗଳିକ କାର୍ଯ୍ୟରେ ଏହି ବାଦ୍ୟକୁ ଶୁଭ ବାଦ୍ୟ ବୋଲି ବିବେଚନା କରାଯାଏ। କିନ୍ତୁ କରୋନା ମାହାମାରୀର ଆତଙ୍କ ତଥା ଭୟାବହତା ସବୁ ପରମ୍ପରାକୁ ଭାଙ୍ଗି ଦେଇଛି। ବିବାହ ବ୍ରତ ଆଦି କାର୍ଯ୍ୟକ୍ରମ ମାନଙ୍କରେ ଆଉ ଦୁଲ୍‍ଦୁଲି ବାଜାର ଧ୍ୱନି ଶୁଭୁନାହିଁ। ଏହି ବାଜାକୁ କୌଳିକ ବୃତ୍ତି ରୂପେ ଆଦରି ନେଇ ଜୀବନ ଜୀବିକାର ଅଧାର ବନେଇଥିବା ଗରିବ ଜମିହୀନ କଳାକାରମାନେ କରୋନା କଟକଣା ଜନିତ ଲକ୍‍ ଡାଉନ୍‍ ଯୋଗୁଁ ହାତ ବାନ୍ଧି ବସିଛନ୍ତି।

ଆମ ରେଙ୍ଗାଲି ବ୍ଳକ୍‍ ପ୍ରତିନିଧି ଆଜି ବ୍ଳକ୍‍ ର ସାଳଡ ଗ୍ରାମ ରେ ରହୁଥିବା ଦୁଲ୍‍ଦୁଲି ବାଜାର ବରିଷ୍ଠ ଏବଂ ତରୁଣ କଳାକାରଙ୍କୁ ଭେଟିଥିଲେ। ପାରମ୍ପାରିକ ଜୀବନ ଜୀବିକା ବନ୍ଦ ହୋଇଯିବା ଫଳରେ ଆମେ ଘୋର ଆର୍ଥିକ ସଙ୍କଟର ସମ୍ମୁଖିନ ହେଉଛୁ ଏବଂ ବହୁତ ଅସୁବିଧାରେ ଚଲୁଛୁ ବୋଲି କଳାକାରମାନେ ନୈରାଶ୍ୟ ବ୍ୟକ୍ତ କରିଥିଲେ। ସାଲଡ ବଜା ପାର୍ଟିର ସୁନାମ ପଶ୍ଚିମ ଓଡିଶା ବ୍ୟତୀତ ବିଲାସପୁର, ଟାଟା, ରାୟଗଡ ପର୍ଯ୍ୟନ୍ତ ବ୍ୟାପ୍ତ। ବାଜା ପାଟିର ଢୁଲିଆ ଥିବା ବରିଷ୍ଠ କଳାକାର ରଘୁନାଥ ବନଛୁରଙ୍କ ବୟସ ଏବେ ୭୫ବର୍ଷ। ତଥାପି ରଘୁନାଥଙ୍କ ବଜା ବଜାଇବାର ନିଶା ଆଗରେ ବୟସ ହାର ମାନିଛି। ମାତ୍ର ୧୦ ବର୍ଷ ବୟସରୁ ସେ ଦୁଲଦୁଲି ବଜା ବଜାଉଛନ୍ତି ବୋଲି କହନ୍ତି ରଘୁନାଥ। ବାଜା ବଜାଇ ବର୍ଷକରେ ଜଣକା ୫୦ରୁ ୬୦ ହଜାର ଟଙ୍କା ଆୟ କରିଥାନ୍ତି ବୋଲି କଳାକାର ମାନେ କହିଥିଲେ। କିନ୍ତୁ ଲକ୍‍ ଡାଉନ୍‍ ଯୋଗୁଁ ଆମର ଆୟ ପୁରାପୁରି ଠପ୍‍ ହୋଇଯାଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories