www.samajalive.in
Saturday, December 6, 2025
26.1 C
Bhubaneswar

ଜିଲାରେ ୭ ଦିନ ବ୍ୟାପୀ ହେବ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ

ଟିଟିଲାଗଡ଼: କରୋନା ମହାମାରୀ ସମୟରେ ଜୀବନ ରକ୍ଷାକାରୀ ରକ୍ତଦାନ ନେଇ ଶାସକ ବିଜେଡି ପକ୍ଷରୁ ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏନେଇ ବଲାଙ୍ଗିର ଜିଲା ବିଜେଡି ପକ୍ଷରୁ କ୍ରମାନ୍ୱୟରେ ଏକ ସପ୍ତାହ ପାଇଁ ଜିଲାର କୋଣଅନୁକୋଣରେ ରକ୍ତଦାନ ଶିବିର ଆୟୋଜନ କରାଯିବ।

ଜିଲା ବିଜେଡି ସଭାପତି ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏନେଇ ଆଜି ସ୍ଥାନୀୟ ବିଜେଡି କାର୍ୟ୍ୟାଳୟରେ ଏକ ପ୍ରସ୍ତୁତି ବୈଠକରେ ଗଣମାଧ୍ୟମକୁ ବିସ୍ତୃତ ସୁଚନା ଦେଇଛନ୍ତି। ଆସନ୍ତା ୯ ଅଗଷ୍ଟ କ୍ରାନ୍ତି ଦିବସରୁ ୧୫ ପର୍ୟ୍ୟନ୍ତ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଆୟୋଜନ ହେବ। ୯ରେ ଟିଟିଲାଗଡ, ୧୦ରେ ପାଟଣାଗଡ ବ୍ଲକ ଅନ୍ତର୍ଗତ ଧୁମାଭଟା, ୧୧ରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନେ୍ଧକେଲା, ୧୨ରେ ତୁଷୁରା ଏନଏସି ତଥା ୧୩, ୧୪ ଏବଂ ୧୫ ତାରିଖରେ ବଲାଙ୍ଗିର ଠାରେ ରକ୍ତଦାନ ଶିବିର ଆୟୋଜନ ହେବ। କାର୍ୟ୍ୟକ୍ରମରେ ମୋ ଓଡିଶା ପରିବାରର ବହୁ ତୁଙ୍ଗ ସଦସ୍ୟ ଯୋଗଦାନ ସହ ରକ୍ତଦାତାଙ୍କୁ ଉତ୍ସାହିତ କରିବେ। ଏନେଇ ଜୀବନ ରକ୍ଷା ପାଇଁ ରକ୍ତଦାନ କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ରକ୍ତଦାତା ଯୋଗଦେବାକୁ ମନ୍ତ୍ରୀ ଶ୍ରୀମତି ସାହୁ ନିବେଦନ କରିଛନ୍ତି। ପ୍ରସ୍ତୁତି ବୈଠକରେ ଦଳର ବରିଷ୍ଠ ସଦସ୍ୟ ପ୍ରେମ ଜୈନ, ରାଜ୍ୟ ବିଜେଡି ପରିଷଦ ସଦସ୍ୟ ପ୍ରମୋଦ ପ୍ରଧାନ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ରଘୁନାଥ ରଥ, କିଶୋର ସାହୁ, ରଣଜିତ ପୃଷ୍ଟି, ଦେବାଶିଷ ସୌରା, ରୁଟୁ ବାଗ, ବିଶ୍ୱଜିତ ପାତ୍ର, ବୁଲବୁଲ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories