ରାଉରକେଲା: ସୁନ୍ଦରଗଡ଼ ଜିଲା ବିଶେଷକରି ରାଉରକେଲାରେ ହୁ ହୁ ବଢି ଚାଲିଛି କରେନା ସଂକ୍ରମଣ। ଦିନକୁ ଦିନ ଏହା ରେକର୍ଡ଼ ଭାଙ୍ଗି ଚାଲିଛି। ଗତ ୨୪ଘଂଟା ମଧ୍ୟରେ ଏହାର ତୀବ୍ର ରୂପ ଜିଲାରେ ଦେଖିବାକୁ ମିଳିଛି। ବର୍ତମାନ ପର୍ୟ୍ୟନ୍ତ ଗତ ୨୪ଘଂଟାରେ ଜିଲାରେ ସର୍ବାଧିକ ୧୭୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲାବାସୀଙ୍କ ଚିନ୍ତାକୁ ଏହା ଆହୁରି ବଢାଇ ଦେଇଛି। ରାଉରକେଲା ମହାନଗରନିଗମ ଓ ସେକ୍ଟରର ପ୍ରାୟ ଅଧିକାଂଶ ଅଂଚଳରେ ଏହି ସଂକ୍ରମଣର ସ୍ଥି୍ିତି ତାଲିକାରୁ ସ୍ପଷ୍ଟ ହୋଇଛି। ବିଭିନ୍ନ ସେକ୍ଟର ଅଂଚଳ ସମେତ ବାସନ୍ତୀକଲୋନୀ, ଛେଣ୍ଡ କଲୋନୀ, ମାଲଗୋଦାମ, ପାନପୋଷ, ଉଦିତନଗର, ସିଭିଲଟାଉନସିପ, ଗଙ୍ଗାଧରପାଲୀ, ଏସଟିଆଇ ଛକ, ମଙ୍ଗଳଭବନ, ରାଉରକେଲା ସରକାରୀ ଡାକ୍ତରଖାନା, ଏଫସିଆଇ ବସ୍ତି, ଟିମ୍ବର କଲୋନୀ, ବାଗବୁଡ଼ି ବ୍ୟାଙ୍କ କଲୋନୀ, ଲୁଆକେରା, କଳିଙ୍ଗବିହାର, ରେଳବାଇ କଲୋନୀ, ବ୍ରାହ୍ମଣୀକ୍ଲବ, କୋଏଲନଗର, ପ୍ଲାଂଟସାଇଡ, ହମିରପୁର, ଶକ୍ତିନଗର, ଜନତାନିବାସ ଗଳି, ଡେଲିମାର୍କେଟ, ସିଆରପିଏଫ ୧୯, ବାଟାଲିୟନ,ଏନଆଇଟି କ୍ୟାମ୍ପସ ଆଦି ସ୍ଥାନରେ ପଜିଟିଭ୍ ଚିହ୍ଟ ହୋଇଛି। ୫ତାରିଖ ସୁଦ୍ଧା ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୨ରେ ପହଂଚିଛି। ତେବେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଆଶ୍ୱସ୍ତିକର ବିଷୟ ହୋଇଛି। ବର୍ତମାନ ସୁଦ୍ଧା ୧୭ଜଣଙ୍କର ମୃତ୍ୟୁ ହୋଇଛି। କରେନା ଦିନକୁ ଦିନ କାୟା ବିସ୍ତାର କରୁଥିବାରୁ ଜିଲବାସୀଙ୍କ ପାଇଁ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି।
ହୁ ହୁ ହୋଇ ବଢିଚାଲିଛି କରେନା ସଂକ୍ରମଣ: ସୁନ୍ଦରଗଡ଼ ଜିଲାରେ ରେକର୍ଡ଼ ୧୭୮ପଜିଟିଭ୍ ଚିହ୍ନଟ, ରାଉରକେଲାର ୧୪୦ ପାର
Popular Categories



