www.samajalive.in
Wednesday, December 10, 2025
18.1 C
Bhubaneswar

ଏସସିବିର ସ୍ଥିତି ସମୀକ୍ଷା କଲେ ଆଡ଼ଭୋକେଟ୍ କମିଟି

ସମାଜ ଡିଜିଟାଲ ଡେସ୍କ: ଏସସିବି ମେଡିକାଲ କଲେଜର ସ୍ଥିତି ସମୀକ୍ଷା କରିଛନ୍ତି ଆଡ଼ଭୋକେଟ କମିଟି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଶୁକବ୍ରାର ଦ୍ୱିତୀୟ ଥର ଏସସିବି ମେଡିକାଲରେ ବିଭିନ୍ନ ୱାର୍ଡ଼ ବୁଲି ସମୀକ୍ଷା କରିଛନ୍ତି କମିଟି ଅଧ୍ୟକ୍ଷ ବିଜୟ କୁମାର ଦାଶ ଓ ସମସ୍ତ ସଦସ୍ୟ। ହସ୍ତଗତ ହୋଇଥିବା ୧୦ରୁ ଅଧିକ ଅଭିଯୋଗ ଆଧାରରେ ମେଡିକାଲ କର୍ତ୍ତୃପକ୍ଷ, ସିଏମସି କମିଶନର ଓ ଜିଲା ପ୍ରଶାସନ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କମିଟି ସଦସ୍ୟ ସରୋଜ କୁମାର ପାଢୀଙ୍କ ମତରେ, ଗତ ସମୀକ୍ଷା ସମୟରେ ଯେଉଁ ରିପୋର୍ଟ ହସ୍ତଗତ ହୋଇଥିଲା ସେନେଇ ହାଇକୋର୍ଟଙ୍କୁ ତଥ୍ୟ ଦିଆଯାଇଥିଲା। ସେହିପରି ଭାବରେ ବାକି ରହିଯାଇଥିବା କିଛି ୱାର୍ଡ଼ ଓ ଅନ୍ୟାନ୍ୟ ବିଭାଗର ସମୀକ୍ଷା ରିପୋର୍ଟ ବିଷୟରେ କୋର୍ଟଙ୍କୁ ଶୀଘ୍ର ଅବଗତ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଏସସିବି ସୁରକ୍ଷା ମଞ୍ଚର ମୁଖ୍ୟ ସୁରେଶ ମହାନ୍ତି ଏହି କମିଟିକୁ ଭେଟି ଏସସବି ମେଡିକାଲରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଓଡ଼ିଶା ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାରେ ତଥ୍ୟ ସଂଗ୍ରହ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଡ଼ଭୋକେଟ୍‌ କମିଟି ଗତ କିଛି ଦିନ ପୂର୍ବରୁ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିଥିଲେ। ମେଡିକାଲ ପରିସରରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟା, ମେଡିକାଲର ଶବ ବ୍ୟବଚ୍ଛେଦ ଗୃହ, ଭେଷଜ ବିଭାଗ, କାଜୁଆଲଟି ସମେତ ବିଭାଗ ପରିଦର୍ଶନ କରି ମେଡିକାଲ ପରିସରରେ ସ୍ୱଚ୍ଛତା ଓ ପରିମଳ ଉପରେ ବିଶେଷ ଦୃଷ୍ଟି ଦେବା ନେଇ ଗୁରୁତ୍ୱ ଦେଇଥିଲେ କମିଟି। ରୋଗୀଙ୍କ ସମ୍ପର୍କୀୟ ଅପେକ୍ଷା କରିବା ନିମନ୍ତେ ଅପେକ୍ଷାଗୃହ ନିର୍ମାଣ କରିବା ସହ ତ୍ୱରିତ ଆମ୍ବୁଲାନ୍ସ ଯାତାୟତ ପାଇଁ ମେଡିକାଲ ପ୍ରବେଶ ପଥକୁ ଜବରଦଖଲ ମୁକ୍ତ କରିବା ନେଇ ପରାମର୍ଶ ଦେଇଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories