ପଞ୍ଚମ ଦିନରେ କେଜରିୱାଲଙ୍କ ଅନଶନ

0

ନୂଆଦିଲ୍ଲୀ : ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବାସଭବନ ପରିସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଅନ୍ୟ ମନ୍ତ୍ରୀମାନେ ଚଳାଇଥିବା ଅନଶନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ଅନଶନ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ସେମାନଙ୍କୁ ଅନଶନରୁ ଉଠାଇବା ପାଇଁ ସରକାର ଉଦ୍ୟମ କରିଛନ୍ତି। ଏଥିପାଇଁ ଉପରାଜ୍ୟପାଳଙ୍କ ବାସଭବନରେ ଆମ୍ବୁଲାନ୍ସ ପହଞ୍ଚିଛି। ଆମ୍ବୁଲାନ୍ସ ଦେଖି କେଜରିୱାଲ ଓ ତାଙ୍କ ସହଯୋଗୀମାନେ ବିଚଳିତ ହୋଇପଡିଛନ୍ତି। ସେମାନେ କହିଛନ୍ତି ଯେ ତାଙ୍କୁ ଅନଶନରୁ ବଳପୂର୍ବକ ଉଠାଗଲେ ପାଣି ପିଇବା ଛାଡିଦେବେ। ଆଇଏଏସ୍‍ ଅଫିସରଙ୍କ ଆନ୍ଦୋଳନ ପ୍ରତ୍ୟାହାର ଓ ଲୋକଙ୍କ ଘରେ ରାସନ ସାମଗ୍ରୀ ପହଞ୍ଚାଇବା ଲାଗି ଆବଶ୍ୟକ ନିର୍ଦେଶ ଦେବାକୁ କେଜରିୱାଲ ଓ ତାଙ୍କ ସହଯୋଗୀମାନେ ଉପରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି।
ଅନ୍ୟପଟେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ଦେବା ପାଇଁ କେଜରିୱାଲ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତି କହିଛନ୍ତି ଯେ କେଜରିୱାଲ ରାଜ୍ୟ ମାନ୍ୟତା ଦାବି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉଠାଇବା ଦରକାର।

Leave A Reply