www.samajalive.in
Sunday, December 14, 2025
19.1 C
Bhubaneswar

ଡବ୍ଲ୍ୟୁଏଚଓ ବିରୋଧରେ ଟ୍ରମ୍ପଙ୍କ ସଙ୍ଗିନ ଅଭିଯୋଗ, ପାଣ୍ଠି ରୋକିବାକୁ ଦେଲେ ଧମକ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଡବ୍ଲ୍ୟୁଏଚଓ କେବଳ ଚୀନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଏବଂ ପକ୍ଷପାତିତା କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।

ଟ୍ରମ୍ପ କହିଛନ୍ତି, ଡବ୍ଲ୍ୟୁଏଚଓକୁ ଆମେରିକାଠାରୁ ବଡ଼ ପରିମାଣର ଅର୍ଥ ମିଳୁଛି। ମୁଁ ଚୀନ ଯାତ୍ରା ଉପରେ ନିଷେଦ୍ଧାଦେଶ ଲାଗୁ କରିବା ପରେ ଡବ୍ଲ୍ୟୁଏଚଓ ମୋ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ମୋର ସମାଲୋଚନା କରିଥିଲା। ଏକାଧିକ ପ୍ରସଙ୍ଗରେ ଏହି ସଂଗଠନ ଭୁଲ ନିଷ୍ପତ୍ତି ନେଇଥିଲା। ଏଭଳି ଲାଗୁଛି ଯେ ଚୀନ ଉପରେ ତାଙ୍କର(ଡବ୍ଲ୍ୟୁଏଚଓ) ଅଧିକ ଧ୍ୟାନ ରହିଛି। ଆମେରିକା ଡବ୍ଲ୍ୟୁଏଚଓ ଉପରେ ଖର୍ଚ୍ଚ କରିବାକୁ ଥିବା ଅର୍ଥ ଉପରେ ରୋକ୍‌ ଲଗାଇବାକୁ ଯାଉଛି ବୋଲି ଟ୍ରମ୍ପ କହିଛନ୍ତି। ତେବେ ଡବ୍ଲ୍ୟୁଏଚଓ ପାଇଁ ଖର୍ଚ୍ଚ ହେବାକୁ ଥିବା କେତେ ପରିମାଣର ଅର୍ଥରାଶି ଉପରେ ରୋକ ଲଗାଯିବ ସେ ନେଇ ଟ୍ରମ୍ପ କିଛି କହିନାହାନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories