www.samajalive.in
Saturday, December 6, 2025
26.1 C
Bhubaneswar

ତବଲିଗି ଜମାତର ୬୦ ସଦସ୍ୟ ଗାଏବ, ଚିନ୍ତାରେ ମହାରାଷ୍ଟ୍ର ସରକାର

ମୁମ୍ବଇ: ମହାରାଷ୍ଟ୍ରରେ କରୋନା ଭୂତାଣୁ ଅତି ଦ୍ରୁତି ବେଗରେ ବ୍ୟାପିବାରେ ଲାଗିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ଏହା ସହିତ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ରାଜଧାନୀ ତଥା ବାଣିଜ୍ୟ ନଗରୀ ମୁମ୍ବଇରେ ୬୪୨ରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଏହି ରାଜ୍ୟରେ ୧୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨ ଜଣଙ୍କ ପ୍ରାଣହାନୀ ଘଟିଛି। ଏଭଳି ସ୍ଥିତିରେ ରାଜ୍ୟ ପାଇଁ ଆହୁରି ଚିନ୍ତା ବଢ଼ାଇଛନ୍ତି ଦିଲ୍ଲୀ ନିଜାମୁଦ୍ଦିନର ତବଲିଗୀ ଜମାତ ସଦସ୍ୟମାନେ। ତବଲିଗୀ ଜମାତରୁ ମହାରାଷ୍ଟ୍ରକୁ ଫେରିଥିବା ପ୍ରାୟ ୬୦ ସଦସ୍ୟ କେଉଁ ଆଡ଼େ ଗାଏବ ହୋଇଯାଇଛନ୍ତି। ସେମାନେ ସରକାରଙ୍କୁ କୌଣସି ତଥ୍ୟ ଦେଇ ନ ଥିବା ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି।

ଦେଶମୁଖ କହିଛନ୍ତି, ଏହି ୬୦ ଜଣଙ୍କ ମୋବାଇଲ ଫୋନ ବି ସୁଇଚ୍‌ ଅଫ ରହିଛି। ସେ ଏହି ସଦସ୍ୟମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ସେମାନେ ଯେଉଁଠି ବି ଅଛନ୍ତି ସେଠାକାର ଥାନାରେ ନିଜ ବିଷୟରେ ସୂଚନା ଦିଅନ୍ତୁ ଏବଂ ସ୍ବାସ୍ଥ୍ୟ ପରୀକ୍ଷା କରାଇ କ୍ବାରେଣ୍ଟାଇନରେ ରୁହନ୍ତୁ। ଯଦି ସେମାନେ ଏହି ଆଦେଶ ପାଳନ ନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦେଶ ଦିଆଯାଇଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories