www.samajalive.in
Monday, December 8, 2025
13.1 C
Bhubaneswar

କରୋନା ରୋଗୀଙ୍କୁ ଖୁବ୍‌ଶୀଘ୍ର ଆୟୁର୍ବେଦିକ ଚିକିତ୍ସା କରାଯିବ: କେନ୍ଦ୍ର ଆୟୁଷ ମନ୍ତ୍ରୀ

ପଣଜୀ: ଭାରତରେ ଆକ୍ରାନ୍ତ କରୋନା ରୋଗୀମାନଙ୍କୁ ଖୁବଶୀଘ୍ର ଆୟୁର୍ବେଦିକ ଚିକିତ୍ସା କରାଯିବ। କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବୈଜ୍ଞାନିକ ପ୍ରାମାଣିକତାର ଅଭାବ ହେତୁ ଭାରତର ଏହି ପ୍ରାଚୀନ ଚିକିତ୍ସା ବ୍ୟବସ୍ଥା ବର୍ତ୍ତମାନର ସଙ୍କଟ ସମୟରେ କେବଳ ସତର୍କତାମୂଳକ ପଦକ୍ଷେପ ଭାବରେ ବ୍ୟବହୃତ ହେଉଛି।

ଏହା ସହିତ ସେ ତାଙ୍କର ବିବାଦୀୟ ଦାବିକୁ ପୁଣି ଥରେ ଦୋହରାଇ କହିଛନ୍ତି, କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ ଆୟୁର୍ବେଦିକ ପଦ୍ଧତିରେ ଚିକିତ୍ସିତ ହୋଇଛନ୍ତି। ପାଶ୍ଚାତ୍ୟ ଦେଶରେ ଆୟୁର୍ବେଦ ଗ୍ରହଣୀୟ ନୁହେଁ ବୋଲି ପ୍ରିନ୍ସ ଚାର୍ଲ୍ସ ଏହାକୁ ସ୍ବୀକାର କରୁନାହାନ୍ତି। ଏପରି କି ପ୍ରିନ୍ସ ଚାର୍ଲ୍ସଙ୍କ ଚିକିତ୍ସା ବେଙ୍ଗାଲୁରୁରେ ରହୁଥିବା ଜଣେ ଡାକ୍ତର କରିଥିଲେ ବୋଲି ନାଏକ ପୂର୍ବରୁ କହିଥିଲେ।

- Advertisement -

ନାଏକ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଆୟୁର୍ବେଦ ଚିକିତ୍ସାକୁ ଗ୍ରହଣ କଲେ ପ୍ରିନ୍ସ ଚାର୍ଲ୍ସଙ୍କ ପାଇଁ କିଛି ସମସ୍ୟା ହୋଇପାରେ, ତେଣୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ଆୟୁର୍ବେଦ ଚିକିତ୍ସା ତାଙ୍କ ଦେଶ​‌ରେ ସ୍ବୀକୃତିପ୍ରାପ୍ତ ନୁହେଁ। ତେଣୁ ଏହାକୁ ସେ ପ୍ରତ୍ୟାଖ୍ୟାନ କରିବା ସ୍ବାଭାବିକ କଥା। ମାତ୍ର ସେମାନେ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସିତ ହୋଇଛନ୍ତି ବୋଲି ମୋର ବିଶ୍ବାସ ରହିଥିବା ମନ୍ତ୍ରୀ ନାଏକ କହିଛନ୍ତି। ସେ କହିଛନ୍ତି, ଯେତେବେଳେ ଏଲୋପାଥି ଭଳି ପଦ୍ଧତି କରୋନା ଚିକିତ୍ସାରେ ବିଫଳ ହୋଇଛି, ସେତେବେଳେ ଆୟୁର୍ବେଦ ମାଧ୍ୟମରେ କୋଭିଡ -19 ରୋଗୀଙ୍କ ଚିକିତ୍ସା କରିବା ପାଇଁ ଆମ ପାଖରେ ସୁଯୋଗ ରହିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories