www.samajalive.in
Wednesday, December 10, 2025
15.1 C
Bhubaneswar

୭୬ ଦିନ ପରେ ଉଠିଲା ଲକଡାଉନ, ଉହାନରେ ଉତ୍ସବ ମନାଉଛନ୍ତି ଲୋକେ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁର ଉତ୍ପତିସ୍ଥଳ ଚୀନର ଉହାନ ସହର ଏବେ ବିପଦମୁକ୍ତ। ଏଠାରୁ ସାରା ବିଶ୍ବକୁ କରୋନା ଭୂତାଣୁ ବ୍ୟାପିଛି। ବିଶ୍ବବାସୀ ଏବେ ସଙ୍କଟ ଘଡ଼ି ଦେଇ ଗତି କରୁଥିବାବେଳେ ଉହାନ ଏବେ ଖୁସି ମନାଉଛି। ପ୍ରାୟ ୭୬ ଦିନ ପରେ ବୁଧବାର ଏହି ସହରରୁ ଲକଡାଉନ ହଟିଛି। ଫଳରେ ଲୋକମାନେ ଘରୁ ବାହାରକୁ ବାହାରିଛନ୍ତି। ଏଥିପାଇଁ ସେମାନଙ୍କ ମନରେ ଅନେକ ଉତ୍ସାହ ଏବଂ ଆନନ୍ଦ ଦେଖିବାକୁ ମିଳିଛି। ଲୋକମାନେ ଖୁସିରେ ସେଲିବ୍ରେଶନ କରୁଛନ୍ତି।

ମଙ୍ଗଳବାର ରାତି ୧୨ଟା ପରଠାରୁ ଏହି ସହରରେ ଲକଡାଉନକୁ ପ୍ରତ୍ୟାହାର କରିନିଆଯାଇଥିଲା। ଏହି ଖୁସିରେ ସହରର ଏକାଧିକ ସ୍ଥାନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏହି ଅବସରରେ ୟାଙ୍ଗତେଜ ନଦୀର ଦୁଇ ପାର୍ଶ୍ବରେ ଲାଇଟ ଶୋ ଆୟାଜନ କରାଯାଇଥିଲା। ସେହିପରି ବିଶାଳ କୋଠା ଏବଂ ବ୍ରିଜଗୁଡ଼ିକୁ ଆଲୋକରେ ସଜାଯାଇଥିଲା। ଖୁସିରେ ଲୋକମାନେ ଚୀନର ଜାତୀୟ ସଙ୍ଗୀତ ଗାନ କରିବା ସହିତ ଜାତୀୟ ପତାକା ଉଡ଼ାଇ ‘ଉହାନ ଆଗକୁ ବଢ଼ିଚାଲୁ’ ବୋଲି ନାରା ଦେଇଥିଲେ। ତୋଙ୍ଗ ଝୋଙ୍ଗକୁନ ନାମ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି, ମୋତେ ଘରୁ ବାହାରିବା ଲାଗି ୭୦ ଦିନ ସମୟ ଲାଗିଲା। ସେ ଯେଉଁ କୋଠାରେ ରହୁଛନ୍ତି, ସେଠାରେ କରୋନା ସଂକ୍ରମିତ ଠାବ ହୋଇଥିଲେ। ଏହା ପରେ ପୁରା କୋଠାକୁ ସିଲ୍‌ କରିଦିଆଯାଇଥିଲା। ଏବେ ସବୁ ଚଳଚଞ୍ଚଳ ହୋଇଛି। ଶତାଧିକ ଲୋକ ସହର ବାହାରକୁ ଯିବା ଲାଗି ଟ୍ରେନ ଏବଂ ବିମାନକୁ ଅପେକ୍ଷା କରିଛନ୍ତି। ତେବେ ଚୀନ ସରକାର ଏତେ ଶୀଘ୍ର ଉତ୍ସବ ମନାଯିବା ବିରୋଧରେ କଡ଼ା ଚେତାବନୀ ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଚୀନରେ ମୋଟ ୮୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫୦ ହଜାର କେବଳ ଉହାନ ସହରରେ ସଂକ୍ରମିତ ହୋଇଥିଲେ। ସେହିପରି ଦେଶରେ କରୋନା ​ଯୋଗୁ ପ୍ରାଣ ହରାଇଥିବା ୩୩୩୧ ଜଣଙ୍କ ମଧ୍ୟରୁ ୨୫୦୦ ମୃତକ ଉହାନ ସହରର ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories