www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ମୁକାବିଲା : ନୂଆ ହେଲ୍ପଲାଇନ ନମ୍ବର ୧୪୪୧୦

ଭୁବନେଶ୍ୱର : ଭୟଙ୍କର ମହାମାରୀ କରୋନାର ମୁକାବିଲା ପାଇଁ ଆଉ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଏକ ନୂଆ ହେଲ୍ପଲାଇନ୍‍ ନମ୍ବର ଜାରି କରିଛନ୍ତି । ଏହା ଆଜିଠାରୁ ଲାଗୁ ହେବ। ତେବେ ଏହି ହେଲ୍ପଲାଇନ୍‍ ନମ୍ବରରେ ଡାକ୍ତରୀ ସେବା ଓ ଟେଲିମେଡିସିନ ସହାୟତା ଓ ପରାମର୍ଶ ମିଳିପାରିବ । ବୁଧବାର ଦିନ ୧୧ଟାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ନମ୍ବରଟି ହେଉଛି – ୧୪୪୧୦।
ଯେଉଁମାନଙ୍କଠାରେ ଜ୍ୱର, ଥଣ୍ଡା, କାଶ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି ସେମାନେ ଏହି ନମ୍ବରକୁ ଫୋନ କରି ସ୍ୱାସ୍ଥ୍ୟ ପରାମର୍ଶ ଓ ଟେଲିମେଡିସିନ ସେବା ପାଇପାରିବେ। ଯେଉଁମାନେ କରୋନା ଆଶଙ୍କା ନେଇ ସନ୍ଦେହରେ ଅଛନ୍ତି, ସେମାନେ ମଧ୍ୟ ଏହି ନମ୍ବରକୁ ଫୋନ କରି ନିଜ ସନ୍ଦେହ ଦୂର କରିବା ସହିତ ପରାମର୍ଶ ପାଇପାରିବେ। ଏହି ନମ୍ବରକୁ ସ୍ୱତନ୍ତ୍ର ଟେଲି ମେଡିସିନ ହେଲ୍ପଲାଇନ୍‍ ନମ୍ବର ଭାବେ ବିବେଚନା କରାଯିବ।
ରାଜ୍ୟ ତଥା ରାଜ୍ୟ ବାହାରର ଅଭିଜ୍ଞ ଓ ବରିଷ୍ଠ ଡାକ୍ତରମାନେ ଏହି ହେଲ୍ପଲାଇନ୍‍ ଜରିଆରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା, ସଂକ୍ରମଣ ହେଲେ ଏହାର ଲକ୍ଷଣ, ପ୍ରାରମ୍ଭିକ ଉପଚାର, ସତର୍କତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରାମର୍ଶ ଯୋଗାଇ ଦେବେ।
ସୂଚନା ଯୋଗ, ରାଜ୍ୟ ସରକାର ପୂର୍ବରୁ ଜାରି କରିଥିବା ୧୦୪ ନମ୍ବରକୁ ଦୈନିକ ପ୍ରାୟ ୧୨ରୁ ୧୪ ହଜାର କଲ୍‍ ଆସୁଥିବା ଜଣାପଡିଛି । ତେବେ ଏହି ନୂତନ ୧୪୪୧୦ ସ୍ୱତନ୍ତ୍ର ଟେଲି ମେଡିସିନ ହେଲ୍ପଲାଇନ ନମ୍ବର କୋଭିଡ-୧୯ ମୁକାବିଲା ଦିଗରେ ବେଶ ସହାୟକ ହେବ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories