www.samajalive.in
Sunday, December 14, 2025
17.1 C
Bhubaneswar

ଖୁବ ଶୀଘ୍ର ଆସିବ କରୋନା ପ୍ରତିଷେଧକ – କ୍ୟାଡିଲା ହେଲଥ କେୟାରର ଦାବି

ନୂଆଦିଲ୍ଲୀ: ଦେଶର ବୃହତ୍ତମ ଫାର୍ମାସ୍ୟୁଟିକାଲ୍ କମ୍ପାନୀ କ୍ୟାଡିଲା ହେଲଥ କେୟାର ଅଧ୍ୟକ୍ଷ ପଙ୍କଜ ପଟେଲ କରୋନା ସଂକ୍ରମଣ ପ୍ରତିଷେଧକ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପଶୁମାନଙ୍କ ଉପରେ ଏହାର ପରୀକ୍ଷା କରାଯାଉଛି। ଆସନ୍ତା ତିନି ମାସ ମଧ୍ୟରେ ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ସେ ନିଶ୍ଚିତ ଭାବରେ ଏଥିରେ ସଫଳତା ପାଇବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

କ୍ୟାଡିଲା ଗ୍ରୁପ୍ ମ୍ୟାଲେରିଆ ପାଇଁ ବହୁଳ ପରିମାଣରେ ଔଷଧ ପ୍ରସ୍ତୁତ କରିଥାଏ। ଚୀନରେ ପ୍ରଥମେ କରୋନା ମହାମାରୀ ବ୍ୟାପିବା ପରେ କ୍ୟାଡିଲା ଗ୍ରୁପ୍ ଏହା ଉପରେ ଅନୁସନ୍ଧାନ ଓ ଗବେଷଣା ଆରମ୍ଭ କରିଥିଲା। ଏବିପି ନ୍ୟୁଜ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କ୍ୟାଡିଲା ହେଲଥ କେୟାର ଅଧ୍ୟକ୍ଷ ପଙ୍କଜ ପଟେଲ କହିଛନ୍ତି ଯେ ବୈଜ୍ଞାନିକମାନେ ଏହି କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତ କରିଛନ୍ତି।

- Advertisement -

ପଙ୍କଜ କହିଛନ୍ତି, କରୋନା ପ୍ରତିଷେଧକ ଉପରେ ଚାଲିଥିବା ଗବେଷଣାରେ ଆମେ ପ୍ରାରମ୍ଭିକ ପର୍ଯ୍ୟାୟରେ ଟୀକା ପ୍ରସ୍ତୁତ କରିଛୁ। ଆମେ ବର୍ତ୍ତମାନ ଏହାକୁ ପଶୁମାନଙ୍କ କ୍ଷେତ୍ରରେ ପରୀକ୍ଷଣ କରାଯାଉଛି। ଆସନ୍ତା ମାସ ସୁଦ୍ଧା ପଶୁ ଉପରେ ହେଉଥିବା ପରୀକ୍ଷଣର ଫଳାଫଳ ମିଳିବା ପରେ ଏହାକୁ ମନୁଷ୍ୟଙ୍କ ଉପରେ ପ୍ରୟୋଗ କରାଯିବ। ଆସନ୍ତା ୩ ମାସ ମଧ୍ୟରେ ଏହା ଲଞ୍ଚ ହେବ ବୋଲି ସେ କହିଛନ୍ତି। ଯଦି କ୍ୟାଡିଲା ଗ୍ରୁପର ଦାବି ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଏକ ବଡ଼ ସଫଳତା ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories