ଆବୁଧାବୀ ରାଷ୍ଟ୍ରାୟତ ତୈଳ କମ୍ପାନୀର ସିଇଓଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ନେଇ ପ୍ରତିଶ୍ରୁତି

– କରୋନା ମୁକାବିଲା ପାଇଁ ଦେଶରେ ଉର୍ଜା ସମସ୍ୟାକୁ ଦୂର କରିବା ତଥା ଅଧିକ ଏଲପିଜି
ଯୋଗାଣ ନେଇ ଆଲୋଚନା
ନୂଆଦିଲ୍ଲୀ/ଭୁବନେଶ୍ୱର :  କରୋନା ମୁକାବିଲା ପରିପ୍ରେକ୍ଷୀରେ ଦେଶରେ ଉର୍ଜା ସମସ୍ୟାକୁ ଦୂର କରିବା ତଥା ଭାରତକୁ ଅଧିକ ଏଲପିଜି ଯୋଗାଣ ନେଇ ମଙ୍ଗଳବାର ଆବୁଧାବୀର ରାଷ୍ଟ୍ରାୟତ ତୈଳ କମ୍ପାନୀ(ଏଡିଏନଓସି)ର ସିଇଓ ଡ. ସୁଲତାନ ଅହମ୍ମଦ ଅଲ୍‍ ଜାବେର୍‍ଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେ ଏଡିଏନସିଓର ସିଇଓ ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି ଜଣାଇଛନ୍ତି। ଏହି ଆଲୋଚନାରେ ତୈଳ ଓ ଗ୍ୟାସ ଉପରେ ଉଭୟ ବିଚାରବିମର୍ଷ କରିଥିଲେ। ଉର୍ଜା କ୍ଷେତ୍ରରେ କରୋନା ମହାମାରୀରୁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ତଥା ଦୂର କରିବା ପାଇଁ ଭାରତ ଓ ଦୁବାଇ
ମଧ୍ୟରେ ଋଣନୈତିକ ସହଯୋଗ ଢାଞ୍ଚାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ସମ୍ମତି ଜଣାଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି ଜଣାଇଛନ୍ତି।

Comments are closed.