www.samajalive.in
Tuesday, December 9, 2025
15.1 C
Bhubaneswar

ନକଲି ବିଦେଶୀ ମଦ କାରବାରରେ ଦୁଇ ଗିରଫ

ବରଗଡ଼ : ବରଗଡ଼ରେ ନକଲି ମଦ କାରବାର କରୁଥିବା ଘଟଣାରେ ସୋମବାର ବରଗଡ଼ ପୁଲିସକୁ ଏକ ବଡ ସଫଳତା ମିଳିଛି। ବରଗଡ଼ ସମେତ ଆଖପାଖ ଜିଲାରେ ମଧ୍ୟ ଏହି ନକଲି ବିଦେଶୀ ମଦ କାରବାର ଚଳାଉଥିବାକୁ ନେଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅପରାଧୀମାନେ ହେଲେ ବରଗଡ଼ ମାତୃବିହାରର ଅବିନାଶ ଗୁପ୍ତା ଓ ବଲାଙ୍ଗୀରର ଶତ୍ରୁଘ୍ନ ଗୁପ୍ତା। ପୁଲିସ ସେମାନଙ୍କଠାରୁ ୨୮ ଲକ୍ଷ ଟଙ୍କା ଏବଂ ନକଲି ଷ୍ଟିକର, ନିଶା ବଟିକା ତଥା ବ୍ୟାପକ ପରିମାଣରେ ନକଲି ମଦ ଜବତ କରିଛି। କେଶ୍ ନଂ ୧୪୦/୨୦ରେ ଏ ନେଇ ବରଗଡ଼ ଟାଉନ ଥାନାରେ ଏକ  ମାମଲା ରୁଜୁ କରି ଦୁଇ ଅପରାଧୀଙ୍କୁ ପୁଲିସ ଗିରଫ କରିଛି ବୋଲି ଅତିରିକ୍ତ ଏସପି ଅମରେନ୍ଦ୍ର ରଣା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories