nua o banner

ରାଜ୍ୟବାସୀଙ୍କ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା- ସରକାରଙ୍କୁ ସହଯୋଗ କରନ୍ତୁ

‘ନିଜାମୁଦ୍ଦିନ ଫେରନ୍ତା ୧୦୪କୁ ଫୋନ କରି ପରୀକ୍ଷା ପାଇଁ ଆଗେଇ ଆସନ୍ତୁ’

BJD Bijuli 480×75 Mob

ଭୁବନେଶ୍ବର: ରାଜ୍ୟରେ କରୋନା ଭୂତାଣୁ ଏହାର ପ୍ରକୋପ ଦେଖାଇବା ଆରମ୍ଭ କରିଦେଇଛି। ଗତ ଶୁକ୍ରବାର ଗୋଟିଏ ଦିନରେ ରାଜ୍ୟରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏବଂ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ତେଣୁ ଜନସାଧାରଣ କିପରି କରୋନାଠାରୁ ନିଜକୁ ରକ୍ଷା କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ସଚେତନତା ଦ୍ବାରା ହିଁ ଆମେ କରୋନା ସଂକ୍ରମଣକୁ ରୋକିପାରିବା। କରୋନାକୁ ଡରିବାର କିଛି ନାହିଁ। କିନ୍ତୁ ଆମକୁ ସାବଧାନ ରହିବାକୁ ହେବ। ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଓଡ଼ିଶାରୁ ଯୋଗଦେଇଥିବା ବ୍ୟକ୍ତିମାନେ ଟୋଲ ଫ୍ରି ନମ୍ବର ୧୦୪କୁ ଫୋନ କରି ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି ବ୍ୟକ୍ତିମାନେ ଡାକ୍ତରଙ୍କ ପରାମର୍ଶ ମାନି ୨୪ ଘଣ୍ଟା ଭିତରେ ପରୀକ୍ଷା ପାଇଁ ଆଗେଇ ଆସନ୍ତୁ। ବିଳମ୍ବ କରନ୍ତୁ ନାହିଁ। ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ। ଏହା ସହିତ ନବୀନ ମହିଳାମାନଙ୍କୁ ସେମାନଙ୍କ ପରିବାର ଏବଂ ପିଲାମାନଙ୍କର ଭଲ ପାଇଁ ସହଯୋଗ କରିବାକୁ ନିବେଦନ କରିଛନ୍ତି।

ନବୀନ ଆହୁରି କହିଛନ୍ତି, କରୋନା ମାନବ ଜାତିର ସବୁଠାରୁ ବଡ଼ ଶତ୍ରୁ। ଏହାକୁ ହଟାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଆପଣଙ୍କ ସହଯୋଗ ହିଁ ମାନବ ଜାତିର ବଡ଼ ଉପକାର କରିପାରିବ।

Comments are closed.