ଶୁକ୍ରବାର ରାଶିଫଳ (୦୩/୦୪/୨୦୨୦) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Apr 3, 2020 Share ମେଷ: କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେଇପାରନ୍ତି। ଯାନବାହନ ସୁଖ ମିଳିପାରେ। ସୁଖଭୋଗ କରିବେ। ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ। ପରଧନରେ ଧନୀ ହୋଇପାରନ୍ତି। ବହୁ ବିଦ୍ୟା ପାରଙ୍ଗମ ହେବେ। ବୃଷ: ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଧାର୍ମିକ ହେବେ। ଶିଳ୍ପୋଦ୍ୟୋଗୀ ହୋଇପାରନ୍ତି। ହାସ୍ୟଯୁକ୍ତ ଓ କ୍ରିୟାଶୀଳ ହେବେ। କୀର୍ତ୍ତିମାନ୍ ହେବେ। ପ୍ରସନ୍ନତା ଲାଭ କରିବେ। ମିଥୁନ: ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନର ଅଧିକାରୀ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତିସୁଖୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି। ସହିଷ୍ଣୁ ଓ ଉତ୍ତମ ସ୍ୱାସ୍ଥ୍ୟ ସମ୍ପନ୍ନ ହେବେ। ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି। ସତ୍କର୍ମରେ ନିୟୋଜିତ ହେବେ। କର୍କଟ: ଧନବାନ୍ ହେବେ। ସୁଗୁଣ ସମ୍ପନ୍ନ ହୋଇପାରନ୍ତି। ଅଧିକ ଉପାର୍ଜନ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ଶକ୍ତିମାନ୍ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ମହତ୍ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ସିଂହ: ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିବ। ଅଯଥା ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ବାଧା-ବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ଦୟାଳୁ ସ୍ୱଭାବର ହେବେ। ଶିଷ୍ଟାଚାର ସଂପନ୍ନ ହୋଇପାରନ୍ତି। ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କ ପ୍ରତି ସତର୍କ ହେବେ। କନ୍ୟା: ଆୟ ଆଶାନୁରୂପ ହେବ। ବ୍ୟବସାୟ ଲାଭଜନକ ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍ ହେବେ। ଭୋଗ ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। Related Posts ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର… Apr 28, 2024 ବିଜେପି ଗଣତନ୍ତ୍ରକୁ ଦୁର୍ବଳ କରୁଛି –… Apr 28, 2024 ତୁଳା: ବହୁ ସୁଫଳ ଆଶାକରାଯାଏ। କାର୍ଯ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ଉନ୍ନତିମାର୍ଗରେ ଆଗକୁ ବଢ଼ିବେ। ଉଚ୍ଚ ଆଶା ଫଳବତୀ ହେବ। ସରକାରୀ ଅର୍ଥ ପ୍ରାପ୍ତ ହେବେ। କୀର୍ତ୍ତିମାନ୍ ହେବେ। ବହୁବିଧ ଧନର ଅଧିକାରୀ ହେବେ। ଗୁଣ ସାଗର ହେବେ। ବିଛା: ଉଦାସୀନ ହୋଇପାରନ୍ତି। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ବନ୍ଧୁ ଦର୍ଶନର ସୁଯୋଗ ଅଛି। ଶୁଭକର୍ମ ସଂପାଦନ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ରୂପବାନ୍ ଓ ସୁଖୀ ହେବେ। ଧନୁ: ଶତ୍ରୁ ଦମନ କରିବାରେ ସକ୍ଷମ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ମନ ଅସ୍ଥିିର ରହିପାରେ। ସାହସୀ ହେବେ। କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ମକର: ପ୍ରୀତି ଲାଭ କରିପାରନ୍ତି। ସତ୍ସଙ୍ଗୀ ହେବେ। ପଡ଼ୋଶୀଙ୍କ ସହିତ ସଦ୍ଭାବନାରେ ଚଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବ ସୁଖ ମିଳିପାରେ। ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଧନଲାଭ ହେବ। କୁମ୍ଭ: ଚିନ୍ତା ଦୂର ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ଦମନ କରିପାରନ୍ତି। ମିତ୍ର, କ୍ଷେତ୍ର, ଗ୍ରାମ, ଉତ୍ତମ ଯାନବାହନ, ନାନାସୁଖ ଲାଭ କରିବେ। ସେବା-ପୂଜା ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିବେ। ମୀନ: ଧର୍ମ କାର୍ଯ୍ୟରେ ଲିପ୍ତ ରହିପାରନ୍ତି। ଉନ୍ନତିମାର୍ଗରେ ଆଗକୁ ବଢ଼ିବେ। ବନ୍ଧୁ ଦର୍ଶନ କରି ସୁଖ ଅନୁଭବ କରିବେ। କର୍ମ ତତ୍ପରତା ପ୍ରକାଶ ପାଇବ। Share FacebookTwitterWhatsApp
Comments are closed.