www.samajalive.in
Sunday, December 7, 2025
26.1 C
Bhubaneswar

ଭୁବନେଶ୍ଵରରେ ଲଜ୍ଜା: ମହିଳା ଡାକ୍ତରଙ୍କୁ ସୋସାଇଟି ପଦାଧିକାରୀଙ୍କ ଧମକ- ଘର ଛାଡ଼, ନଚେତ ବଳାତ୍କାର କରିବୁ

ଭୁବନେଶ୍ଵର: ବର୍ତ୍ତମାନ ସମୟରେ କରୋନା ଭୂତାଣୁ ବିରୋଧରେ ସାରା ଦେଶ ଲଢ଼େଇ କରୁଛି। ଏହି ଲଢ଼େଇରେ ଆଗଧାଡ଼ିରେ ରହିଛନ୍ତି ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ, ଯିଏ ନିଜ ଜୀବନକୁ ବାଜି ଲଗାଇ ଦିନରାତି ପରିଶ୍ରମ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଘର ଛାଡ଼ିବାକୁ ନ କହିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ ବିଭିନ୍ନ ରାଜ୍ୟ ସରକାରମାନେ ଘର ମାଲିକଙ୍କୁ ନିବେଦନ କରିଛନ୍ତି। କିନ୍ତୁ ଓଡ଼ିଶାରେ ଲଜ୍ଜାଜନକ ଘଟଣା ଘଟିଛି। ଭୁବନେଶ୍ଵର ଜଣେ ମହିଳା ଡାକ୍ତରଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରାଯାଇଛି। ଏପରି କି ଘର ନ ଛାଡ଼ିଲେ ବଳାତ୍କାର କରିବାକୁ ମଧ୍ୟ ଧମକ ଦିଆଯାଇଛି। ଭୁବନେଶ୍ଵର ଏମ୍‌ସରେ କାର୍ଯ୍ୟରତ ସମ୍ପୃକ୍ତ ମହିଳା ଡାକ୍ତର ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି।

ମହିଳା ଡାକ୍ତର ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି। ଏହା ଜାଣିବା ପରେ ସେ ରହୁଥିବା ଆପାର୍ଟମେଣ୍ଟର ସୋସାଇଟି ପଦାଧିକାରୀମାନେ ତାଙ୍କୁ ଫ୍ଲାଟ୍‌ ଖାଲି କରିବାକୁ ବାଧ୍ୟ କରିଛନ୍ତି। ସେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବାରୁ ସୋସାଇଟିର ଅନ୍ୟମାନଙ୍କୁ ଏହା ବ୍ୟାପିବ ବୋଲି ସୋସାଇଟିର ଜଣେ ପଦାଧିକାରୀ ଯୁକ୍ତି ଦର୍ଶାଇ ତାଙ୍କୁ ସପ୍ତାହେ ହେଲା ଘର ଛାଡ଼ିବାକୁ କହୁଛନ୍ତି। ଏପରି ସମୟରେ ସେ ନିଜର ଅସହାୟତା ପ୍ରକାଶ କରିବାରୁ ଗତ ରବିବାର ସମ୍ପୃକ୍ତ ପଦାଧିକାରୀ ଓ ତାଙ୍କର ୨ ପୁଅ ତାଙ୍କୁ ବଳାତ୍କାର ଧମକ ଦେଇଛନ୍ତି। ଏହା ପରେ ସେ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

- Advertisement -

ଅନ୍ୟପଟେ ସୋସାଇଟି ପଦାଧିକାରୀଙ୍କ ପକ୍ଷରୁ ମହିଳା ଡାକ୍ତରଙ୍କ ବିରୋଧରେ ପାଲଟା ଅଭିଯୋଗ କରାଯାଇଛି। ମହିଳା ଡାକ୍ତରଙ୍କ ପରିବାର ଲୋକେ ସୋସାଇଟିର ପଦାଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦର୍ଶାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories