www.samajalive.in
Friday, December 5, 2025
27.1 C
Bhubaneswar

ଜଳନ୍ତା ଅବସ୍ଥାରେ ରାସ୍ତାରେ ଦୌଡ଼ିଲେ ମହିଳା, ଉଦ୍ଧାର କଲେ ଲୋକେ

ସମାଜ ଡିଜିଟାଲ ଡେସ୍କ: କଲକାତାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଳନ୍ତା ଅବସ୍ଥାରେ ଜଣେ ମହିଳାଙ୍କୁ ରାସ୍ତାରେ ଦୌଡ଼ୁଥିବା ଦେଖିବାକୁ ମିଳିଛି। ମହିଳାଙ୍କ ସ୍ଵାମୀ ଏବଂ ତାଙ୍କ ସାଙ୍ଗ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ମହିଳା ଜଣକ କହୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସମ୍ପୂର୍ଣ୍ଣ ଘଟଣା ଲୋକଲୋଚନକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ଅନୁସାରେ, ପୀଡ଼ିତା ମହିଳାଙ୍କ ବୟସ ୨୭ ବର୍ଷ। ସେ ପୂର୍ବରୁ ୩ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଥରେ ନିଜ ଦେହରେ ନିଜେ ନିଆଁ ବି ଲଗାଇ ଦେଇଥିଲେ। ବର୍ତ୍ତମାନ ତାଙ୍କ ଦେହରେ ନିଆଁ ଲଗାଯିବା ଘଟଣାରେ ସେ ଯେଉଁ ମନ୍ତବ୍ୟ ଦେଉଛନ୍ତି ସେଥିରେ ତାଳମେଳ ରହୁ ନ ଥିବା ପୁଲିସ ଜାଣିବାକୁ ପାଇଛି। ଝିଅର ବାପଘର ପକ୍ଷରୁ ମଧ୍ୟ ଜ୍ବାଇଁଙ୍କ ବିରୋଧରେ କୌଣସି ଅଭିଯୋଗ କରାଯାଇ ନାହିଁ। ବରଂ ନିଜ ଝିଅର ମାନସିକ ଅବସ୍ଥା ଭଲ ନ ଥିବା କହିଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ, ମହିଳା ଜଣେ ମାନସିକ ରୋଗୀ। ତାଙ୍କର ଚିକିତ୍ସା ଜାରି ରହିଛି। ତେବେ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରି ପ୍ରକୃତ ଘଟଣା ଜାଣିବାକୁ ଉଦ୍ୟମ ଚଳାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories