www.samajalive.in
Tuesday, December 9, 2025
15.1 C
Bhubaneswar

ଜଳନ୍ତା ଅବସ୍ଥାରେ ରାସ୍ତାରେ ଦୌଡ଼ିଲେ ମହିଳା, ଉଦ୍ଧାର କଲେ ଲୋକେ

ସମାଜ ଡିଜିଟାଲ ଡେସ୍କ: କଲକାତାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଳନ୍ତା ଅବସ୍ଥାରେ ଜଣେ ମହିଳାଙ୍କୁ ରାସ୍ତାରେ ଦୌଡ଼ୁଥିବା ଦେଖିବାକୁ ମିଳିଛି। ମହିଳାଙ୍କ ସ୍ଵାମୀ ଏବଂ ତାଙ୍କ ସାଙ୍ଗ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ମହିଳା ଜଣକ କହୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସମ୍ପୂର୍ଣ୍ଣ ଘଟଣା ଲୋକଲୋଚନକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ଅନୁସାରେ, ପୀଡ଼ିତା ମହିଳାଙ୍କ ବୟସ ୨୭ ବର୍ଷ। ସେ ପୂର୍ବରୁ ୩ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଥରେ ନିଜ ଦେହରେ ନିଜେ ନିଆଁ ବି ଲଗାଇ ଦେଇଥିଲେ। ବର୍ତ୍ତମାନ ତାଙ୍କ ଦେହରେ ନିଆଁ ଲଗାଯିବା ଘଟଣାରେ ସେ ଯେଉଁ ମନ୍ତବ୍ୟ ଦେଉଛନ୍ତି ସେଥିରେ ତାଳମେଳ ରହୁ ନ ଥିବା ପୁଲିସ ଜାଣିବାକୁ ପାଇଛି। ଝିଅର ବାପଘର ପକ୍ଷରୁ ମଧ୍ୟ ଜ୍ବାଇଁଙ୍କ ବିରୋଧରେ କୌଣସି ଅଭିଯୋଗ କରାଯାଇ ନାହିଁ। ବରଂ ନିଜ ଝିଅର ମାନସିକ ଅବସ୍ଥା ଭଲ ନ ଥିବା କହିଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ, ମହିଳା ଜଣେ ମାନସିକ ରୋଗୀ। ତାଙ୍କର ଚିକିତ୍ସା ଜାରି ରହିଛି। ତେବେ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରି ପ୍ରକୃତ ଘଟଣା ଜାଣିବାକୁ ଉଦ୍ୟମ ଚଳାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories